Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ରେ ଏପ୍ରିଲ ମାସରେ ରେକର୍ଡ ସର୍ବକାଳୀନ ତାପମାତ୍ରା ୩୯.୦୧ ଡିଗ୍ରୀ।

ଦିନକୁ ଦିନ ଖରା ଅସହ୍ୟ ହେଉଥିବା ବେଳେ ଦୀର୍ଘ ୧୯ ବର୍ଷ ପରେ ସର୍ବକାଳୀନ ୩୯.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।ଏହା ପୂର୍ବରୁ ଗତ ୧୯୯୪ ଏପ୍ରିଲ ମାସରେ ସର୍ବାଧିକ ୩୭.୮ ଡିଗ୍ରୀ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଆଧାରରେ ଜଣାପଡିଛି।ଗତ କିଛି ଦିନ ହେଲା କ୍ରମଶଃ ଦିନର ତାପମାତ୍ରା ବଢି ବଢି ଚାଲିଥିବା ବେଳେ ଗୋପାଳପୁର ରେ ପ୍ରବଳ ଗୁଳୁଗୁଳି ମଧ୍ୟ ବଢ଼ି ଚାଲିଛି।ଆଜି ତାପମାତ୍ରା ୩୯.୧ ଡିଗ୍ରୀ ଯୋଗୁଁ ଦିନ ତମାମ ଗୁଳୁଗୁଳି ଅନୁଭୁତ ହୋଇଥିବା ବେଳେ ଦିନ ୧୧ ଟା ପରେ ରାସ୍ତା ଘାଟ ଶୂନଶାନ ରହିଥିବା ଦେଖିବାକୁ ମିଳିଛି।ଏହା ସହ ଚାରିଆଡ଼େ ଦଣ୍ଡନାଚ ଚାଲିଥିବା ଯୋଗୁଁ ଦଣ୍ଡୁଆ ମାନେ ହଇରାଣ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏବେ ଏପ୍ରିଲ ଦ୍ବିତୀୟ ସପ୍ତାହ ଚାଲୁଥିବା ବେଳେ ଆଗାମୀ ଦିନରେ ମେ ମାସ ଆଡ଼କୁ ତାପମାତ୍ରା ବଢିବା ସମ୍ଭାବନା ରହିଛି।
ଏହାସହ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ତାତି ବଳବତ୍ତର ରହିବ ବୋଲି ପାଣିପାଗ ବୈଜ୍ଞାନିକ ମାନେ ଅନୁମାନ କରିଛନ୍ତି l ଏହି ପରିପକ୍ଷୀରେ କାଳ ବୈଶାଖୀ ବର୍ଷା କିଛି ସ୍ଥାନରେ ହେବ l ଖରା ଏବଂ ଝାଞ୍ଜି ପବନରୁ ଟିକେ ଆଶ୍ବସ୍ତି ମିଳିବ ବୋଲି ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories