Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଇତିହାସ ବିଭାଗର ୨ ଦିନିଆ କର୍ମଶାଳା ଉଦଘାଟିତ।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଇତିହାସ ବିଭାଗର ଆଜି ପିଜି କାଉନସିଲ ଅଫିସ ପରିସର ମଧ୍ୟରେ ଥିବା ସଭା କକ୍ଷ ରେ ବିଭାଗର ବିଭାଗୀୟ ମୁଖ୍ୟ ଡ଼ଃ ସଦାନନ୍ଦ ନାୟକ ଙ୍କ ଅଧ୍ୟକ୍ଷତା ରେ ୨ ଦିନିଆ କର୍ମଶାଳା ଉଦଘାଟିତ ହୋଇଥିଲା। ଆୟୋଜିତ କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଯୋଗ ଦେଇ ଏହାର ଉଦଘାଟନ କରି କର୍ମଶାଳା ର ଐତିହାସିକ ଅଧୟନରେ ନୂତନ ଧାରା ଓ ଆଭିମୁଖ୍ୟ ଶୀର୍ଷକ ଉପରେ ଇତିହାସ ରେ ଆଧୁନିକ ଜ୍ଞାନ କୌଶଳ ର ପ୍ରୟୋଗ କରି ସମାଜ ଉପଯୋଗି କରିହେବ ବୋଲି କହିଥିଲେ। ବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ର ଇତିହାସ ବିଭାଗର ଅବସରପ୍ରାପ୍ତ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଯୋଗ ଦେଇ ଇତିହାସରେ ଜାତୀୟତାବାଦୀ ଐତିହାସିକ ମାନଙ୍କ ଲିଖନ ପଦ୍ଧତି କୁ ସମାଲୋଚନା ସହ ତର୍ଜମା କରିଥିଲେ। ଅନ୍ୟତମ ବକ୍ତା ଭାବେ ରେଭେନ୍ସା ବିଶ୍ଵବିଦ୍ୟାଳୟ ର ଇତିହାସ ବିଭାଗର ଅବସର ପ୍ରାପ୍ତ ପ୍ରଫେସର ସୁବ୍ରତ ଆଚାର୍ଯ୍ୟ ଯୋଗ ଦେଇ ପୁରାତନ ଇତିହାସ କୁ ନୂତନ ପଦ୍ଧତି ମାଧ୍ୟମରେ କିଭଳି ସରଳ ଭାବେ ଗବେଷଣା କରିହେବ ସେ ନେଇ ଆଲୋକପାତ କରିଥିଲେ। ଅନ୍ୟତମ ବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ ଯୋଗ ଦେଇ ସାହିତ୍ୟ ମାଧ୍ୟମରେ ଇତିହାସକୁ ସମୃଦ୍ଧ କରିହେବ ବୋଲି ଆଲୋକପାତ କରିଥିଲେ।ଅନ୍ୟତମ ବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ଇତିହାସ ବିଭାଗର ଅବସର ପ୍ରାପ୍ତ ପ୍ରଫେସର ଲକ୍ଷ୍ମୀ ନାରାୟଣ ରାଉତ ଯୋଗ ଦେଇ ପୁରାତନ ଐତିହାସିକ ପଦ୍ଧତି ଓ ଆଭିମୁଖ୍ୟ ସହିତ ଆଧୁନିକ ପଦ୍ଧତିର ସମିକରଣରେ ନିର୍ଭୁଲ ଇତିହାସ ଲେଖିହେବ ବୋଲି କହିଥିଲେ।ବିଭାଗର ଅଧ୍ୟାପକ ତଥା କର୍ମଶାଳାର ସଂଯୋଜକ ଡ଼ଃ ଶଙ୍କର୍ଷଣ ମଲିକ ସ୍ବାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ। ବିଭାଗ ପକ୍ଷରୁ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ଶେଷରେ ଡ଼ଃ ରମାକାନ୍ତ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ଗବେଷିକା ସ୍ୱାଗତିକା ଦାସ ଏବଂ ଡି.ବିଜୟ ଲକ୍ଷ୍ମୀ ରାଓ, ଶ୍ୟାମସୁନ୍ଦର ବିଷୋୟୀ,ସୁଧୀର ପଟ୍ଟନାୟକ,ଦେବାଶିଷ ସାହୁ,ବୃହତ୍ ନାହାକ,ମୋନାଲିସା ସାହୁ,ଶର୍ମିଷ୍ଠା ବେହେରା, ପ୍ରଜ୍ଞା ପରମିତା, ଜାନକୀ ଦାସ ସହଯୋଗ କରିଥିଲେ। ଏଥିରେ କର୍ମଶାଳାରେ ବ୍ରହ୍ମପୁର ମହିଳା ମହାବିଦ୍ୟାଳୟ ,ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ, ଖଲିକୋଟ ଆର୍ ସି ଏମ୍ କଲେଜ୍ ର ୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏବଂ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ରୁ ପ୍ରାୟ ୩୦ ରୁ ଉର୍ଦ୍ଧ ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories