Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନିର୍ବାଚନ ତାରିଖ ଘୋଷଣା ପରେ ଚଳଚଞ୍ଚଳ ଗୋପାଳପୁର ନିର୍ବାଚନମଣ୍ଡଳୀ।କେଉଁ ଦଳରୁ କିଏ ଟିକଟ ପାଇବ ସ୍ପଷ୍ଟ ହୋଇ ନାହିଁ।

ଗୋପାଳପୁର,୧୬/୦୩
ଆସନ୍ତା ମେ ୧୩ ତାରିଖରେ ପ୍ରଥମ ଦଫାରେ ବ୍ରହ୍ମପୁର ଲୋକସଭା ନିମନ୍ତେ ଭୋଟଦାନ କରିବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ଘୋଷଣା ପରେ ଗୋପାଳପୁର ନିର୍ବାଚନମଣ୍ଡଳୀ ରେ ରାଜନୈତିକ ବାତାବରଣ ରେ ଉଷ୍ମତା ଦେଖିବାକୁ ମିଳିଛି। କିନ୍ତୁ ଆଜି ଯାଏଁ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ତାହା ଦଳ ପକ୍ଷରୁ ସ୍ଥିର କରା ଯାଇନଥିବା ବେଳେ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ କିନ୍ତୁ ଗତ କିଛି ମାସ ହେଲା ସ୍ଥାନୀୟ ଅଞ୍ଚଳ ରେ ଆଶାୟୀ ପ୍ରାର୍ଥୀମାନଙ୍କ ପକ୍ଷରୁ ପ୍ରଚାର କାମ ଆରମ୍ଭ କରି ଦିଆଯାଇଛି।ବିଜେଡି ପକ୍ଷରୁ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଗୋପାଳପୁରର ବିଭିନ୍ନ କାର୍ଯ୍ୟକ୍ରମ ରେ ସାମିଲ ରହି ଲୋକଙ୍କ ନିକଟତର ହେଉଥିବା ବେଳେ ବିଜେପି ପକ୍ଷରୁ ମଧ୍ୟ ବିଭୂତି ଭୂଷଣ ଜେନା ପ୍ରତି ଗାଁ ଗାଁ କୁ ଯାଇ ଲୋକଙ୍କ ସହ ସାମିଲ ରହୁଛନ୍ତି। ଅନ୍ୟ ପଟେ କଂଗ୍ରେସ ପକ୍ଷରୁ ଆଶାୟୀ ରହିଥିବା ଡ଼ ଶମ୍ଭୁ ପାଣିଗ୍ରାହୀ ମଧ୍ୟ ବିଭିନ୍ନ ଗାଁ ରେ କର୍ମୀ ସମ୍ମିଳନୀ ମାନ ଆୟୋଜନ କରିବା ସହ ବିଜେଡି ଓ ବିଜେପି ପ୍ରତି ଅସନ୍ତୁଷ୍ଟ ରହିଥିବା କର୍ମୀ ମାନଙ୍କୁ ନିଜ ଦଳରେ ସାମିଲ କରିବା ଆରମ୍ଭ କରି ଦେଇଛନ୍ତି। ଚଳିତ ନିର୍ବାଚନ ରେ ଗୋପାଳପୁର ନିର୍ବାଚନମଣ୍ଡଳୀ ର ୨୨ ଟି ପଞ୍ଚାୟତ, ଗୋପାଳପୁର ଏନ ଏ ସି, ବ୍ରହ୍ମପୁର ମହାନଗର ନିଗମ ର ୫ ଟି ଓ୍ବାର୍ଡ ସହ କୁକୁଡାଖଣ୍ଡି ବ୍ଲକ ର ୫ ଟି ପଞ୍ଚାୟତ ର ସମୁଦାୟ ୨,୯୦,୫୩୨ ଜନସଂଖ୍ୟା ହୋଇଥିବା ବେଳେ ୨,୧୬,୧୦୦ ଭୋଟର ଅଛନ୍ତି। ଏମାନଙ୍କ ମଧ୍ୟରେ ୧୧୧୨୦୨ ପୁରୁଷ ଭୋଟର ହୋଇଥିବା ବେଳେ ୧୦୪୮୯୦ ମହିଳା ଭୋଟର ପ୍ରାର୍ଥୀ ଙ୍କ ଭାଗ୍ୟ ନିର୍ଧାରଣ କରିବେ।୧୯୭୪ ରୁ ୧୯୮୫ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଗୋପାଳପୁର ନିର୍ବାଚନମଣ୍ଡଳୀ ୪ ଥର ନିମନ୍ତେ କଂଗ୍ରେସ କବଜାରେ ରହି ଆସିଥିବା ବେଳେ ୧୯୯୦ ରେ ଜନତାଦଳ ଓ ୧୯୯୫ ଓ ୨୦୦୦ ରେ ଏହା ବିଜେଡି ହାତକୁ ଯାଇଥିଲା।୨୦୦୪ ରେ ପୁଣିଥରେ ଆସନ ଟି କଂଗ୍ରେସ ହାତକୁ ଯିବା ପରେ ୨୦୦୯ ରୁ ୨୦୧୯ ପର୍ଯ୍ୟନ୍ତ ପୁଣିଥରେ ଲଗାତର ବିଜେଡି ହାତକୁ ଚାଲି ଯାଇଥିଲା। କିନ୍ତୁ ୨୦୧୪ ରେ ଗୋପାଳପୁର ରେ ରାଜନୈତିକ ଗଣିତ ଅଲଗା ହେବାକୁ ଯାଉଥିବା ରାଜନୈତିକ ପଣ୍ଡିତ ମାନେ ଆକଳନ କରିବା ଆରମ୍ଭ କରି ଦେଲେଣି। ଲଗାତର ୩ ଥର ବିଜେଡି ରୁ ବିଧାୟକ ହୋଇଥିବା ଡ଼ ପ୍ରଦୀପ ପାଣିଗ୍ରାହୀ ବିଜେଡ଼ି ଛାଡି ବିଜେପିରେ ଯୋଗଦାନ କରିଛନ୍ତି। ଯାହାଫଳରେ ଚଳିତ ନିର୍ବାଚନ ରେ ଗୋପାଳପୁର ରୁ ବିଜେପି ରୁ ପ୍ରାର୍ଥୀ ଙ୍କୁ ପ୍ରଦିପ ଙ୍କ ରଣନୀତି ବେଶ୍ ସୁହାଇବ ବୋଲି ଆଲୋଚନା ହେଉଛି। ଅନ୍ୟ ପଟେ ବିଜେଡି ପକ୍ଷରୁ ଏଠାରେ କାହାକୁ ପ୍ରାର୍ଥୀ କରାଯିବା ସ୍ଥିର ହୋଇ ନଥିଲେ ମଧ୍ୟ ବ୍ରହ୍ମପୁର ର‌ ବିଧାୟକ ରହିଥିବା ବିକ୍ରମ ପଣ୍ଡା ଙ୍କୁ ଦଳ‌ ପକ୍ଷରୁ ପ୍ରାର୍ଥୀ କରାଯିବ ବୋଲି ଆଲୋଚନା ହେଉଛି। କିନ୍ତୁ ପ୍ରଦିପ ଙ୍କ ଦଳ ତ୍ୟାଗ ପରେ ଏଠାରେ ଅନେକ ଆଶାୟୀ ରହିଥିବା ଯୋଗୁଁ ବିଜେଡି କାହାକୁ ପ୍ରାର୍ଥୀ କରିବ ଏବଂ କେଉଁ ରଣନୀତି ଆପଣେଇବ ତାହା ଆଗାମୀ ଦିନରେ ଜଣାପଡିବ। ସେହିପରି କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇ ନଥିବା ସ୍ଥଳେ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଡ଼ ଶମ୍ଭୁ ପାଣିଗ୍ରାହୀ ଏଠାରୁ ଦଳୀୟ ଟିକଟ ପାଇ ନିର୍ବାଚନ ଲଢ଼ିବେ ବୋଲି ଅଞ୍ଚଳରେ ଲୋକଙ୍କ ନିକଟତର ହେଉଥିବା ଦେଖିବାକୁ ମିଳିଛି। ଏଣୁ ଏବେ ବିଭୂତି,ବିକ୍ରମ ଓ ଶମ୍ଭୁ ଙ୍କ ପକ୍ଷରୁ ଭୋଟର ଙ୍କ ନିକଟତର ହୋଇ ନିର୍ବାଚନୀ ବୈତରଣୀ ପାର ହେବାକୁ ଚେଷ୍ଟା ଆରମ୍ଭ କରି ଦେଇଛନ୍ତି।