Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରସନ୍ନ ଆଚାର୍ଯ୍ୟଙ୍କ ଆରୋଗ୍ୟ କାମନା କରି ବିଜୁ ସ୍ମୃତି କମିଟିର ପ୍ରାର୍ଥନା

ସମ୍ବଲପୁର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଆଶୁ ଆରୋଗ୍ୟ କାମନା କରି ବିଜୁ ସ୍ମୃତି କମିଟି ଠାରେ ମା’ ସଲେଶ୍ଵରୀଙ୍କ ଫୋଟଚିତ୍ରରେ ଦୀପ ପ୍ରଜ୍ବଳନ କରାଯାଇଥିଲା I ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଶୁଭେଛୁ ତଥା ବିଜେଡି ର ବରିଷ୍ଠ ନେତା ତଥା କର୍ମୀ ମାନେ ରେ ଉପସ୍ଥିତି ରହି ଶ୍ରୀ ଆଚାର୍ଯ୍ୟ ଙ୍କ ଆଶୁ ଆରୋଗ୍ୟ ପାଇଁ ମା’ ସମଲେଶ୍ୱରୀଙ୍କୁ ପ୍ରାର୍ଥନା କରିଥିଲେ I ଏହି ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମରେ ସମାଜସେବୀ ଅମର ତାଣ୍ଡିଆ,ବରିଷ୍ଠ ବିଜେଡି ନେତା ସତ୍ୟେନ୍ଦ୍ର ଦାଶ,ବିଜୁ ସ୍ମୃତି କମିଟି ଆଭାହକ ପ୍ରଶାନ୍ତ ଥାପା,ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ ଦାଶ,ବରିଷ୍ଠ ନେତା ଆର.ଏ.ଶିବ କୁମାର,ବିଜୁ ସ୍ମୃତି କମିଟି ସମ୍ପାଦକ ଦୁଲାଲ ଚନ୍ଦ୍ର ରାୟ,ବିଜେଡି ଯୁବନେତା ପ୍ରତାପ ତପନ,ବିଶ୍ଵାମିତ୍ର ସାହୁ,ଅଶୋକ ମିଶ୍ର, ବିନୋଦ ନାଗ, ସୁଧୀର ଦାଶ, ଯଦୁମଣି ନାଗ, ତପନ ଦାଶ, ବାଦଲ ବର୍ଣିକ, ସୁନୀଲ ପଟ୍ଟନାୟକ, ମନରଞ୍ଜନ ମହାକୁଡ଼, ବିକ୍ରମ ରଞ୍ଜିତ, ମାନଶ ବେହେରା, ଆନନ୍ଦ କୁମ୍ଭାର, ଡୋଳାମଣି ମର୍ଲ୍ଲିକ, ସୀମାନଶୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ !!!