Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୧୪୬ତମ ଶିତଳଷଷ୍ଠୀ ମହୋତ୍ସବ ପ୍ରସ୍ତୁତି ସାଧାରଣ ବୈଠକ

ବରପାଲି: ସ୍ଥାନୀୟ ନୃପରାଜ କ୍ଳବ ଭଣ୍ଡାର ଗୃହ ପରିସରରେ ଶୀତଳ ଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ୧୪୬ତମ ଶିବବିବାହ ମହୋତ୍ସବ ପ୍ରସ୍ତୁତି ସମ୍ପର୍କିତ ସର୍ବସାଧାରଣ ବୈଠକ ହୋଇଯାଇଛି। ଯାତ୍ରା କମିଟି ସଭାପତି ଆନନ୍ଦ ବାବୁଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରୁ କମିଟି ବରିଷ୍ଠ ସଭ୍ୟ ପିନାକୀ ଦାଶଙ୍କ ଦ୍ବାରା ଦେବାଧିଦେବ ମହାଦେବ କପିଳେଶ୍ୱର ବାବାଙ୍କ ବନ୍ଦନା ଗାନ କରାଯାଇଥିଲା । ପରେ କମିଟି ଦିବଙ୍ଗତ ସଭ୍ୟ ମାନଙ୍କ ବିୟୋଗରେ ଦୁଇ ମିନିଟ ସାମୁହିକ ନିରବ ପ୍ରାର୍ଥନା କରାଯାଇଥିଲା । ସାଧାରଣ ସମ୍ପାଦକ ଜୟନ୍ତ ତ୍ରିପାଠୀ ସ୍ବାଗତ ଜଣାଇବା ସହ ଗତ ବର୍ଷର ଆୟବ୍ୟୟ ସମ୍ପର୍କିତ ବିବରଣୀ ଉପସ୍ଥାପନ କରିଥିଲେ। ପରେ ପ୍ରତିବର୍ଷ କମିଟି ପକ୍ଷରୁ ପ୍ରକାଶିତ ହେଉଥିବା ରୁଦ୍ରଜ୍ୟୋତି ସ୍ମରଣିକା ଅଶୋକ ପଣ୍ଡା ପ୍ରକାଶନ ସମ୍ଵନ୍ଧିତ ତଥ୍ୟ ଉପସ୍ଥାପନ କରିଥିଲେ । ପ୍ରଚାର ପ୍ରସାର ବିଭାଗ ଯୁଗ୍ମ ସମ୍ପାଦକ ସୁବ୍ରତ ସାହୁ ସୋସିଆଲ ମିଡ଼ିଆ ଯଥା ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବରେ କିପରି ଭାବେ ପ୍ରଚାର ପ୍ରସାର ସମ୍ପର୍କରେ ସଦସ୍ୟ ମାନଙ୍କୁ ବୁଝାଇଥିଲେ। ପରେ ମହାପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ କପିଳେଶ୍ଵର ବାବାଙ୍କ ତିଳକ ଧାର୍ଯ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଶୀତଳଷଷ୍ଠୀ କମିଟିର ସମସ୍ତ ସଭ୍ୟ, ହିମାଦ୍ରୀ ନଗର ମାତା ପାର୍ବତୀ ବିବାହ ମହୋତ୍ସବ କମିଟି ସଭ୍ୟ,ବରପାଲିର ବିଭିନ୍ନ ଅନୁଷ୍ଠାନର ସଦସ୍ୟ ତଥା ଜନସାଧାରଣ ଉପସ୍ଥିତ ରହିଥିଲେ । ଶେଷରେ ଅଶୋକ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।