Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଂଶୁଘାତରେ ଜଣକର ମୃତ୍ୟୁ ଅଭିଯୋଗ

ଖଡ଼ିଆଳ: ନୂଆପଡ଼ା ସଦର ଥାନା ଗୋଡଫୁଲା ପଞ୍ଚାୟତ ଜୁନାନି ଗାଁରେ ଅଂଶୁଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ପରିବାର ତରଫରୁ ଅଭିଯୋଗ ଆଣିଛନ୍ତି । ବ୍ୟକ୍ତି ଜଣକ ଯୁନାନୀ ଗାଁର ବାଜେ ବିଭାର (୪୨) ବୋଲି ଜଣାପଡିଛି । ସୁଚନା ଅନୁସାରେ ବ୍ୟକ୍ତି ଜଣକ ଗତକାଲି ଅପରାହ୍ନ ୨ଟା ସମୟରେ ଗାଁ ପାଖ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇ ସନ୍ଧ୍ୟା ସୁଧା ସେ ଘରକୁ ଫେରିନଥିଲେ । ବ୍ୟକ୍ତି ଜଣକ ଘରକୁ ଫେରିନଥିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କଲେ ହେଲେ ପାଇଲେନି। ଆଜି ସକାଳୁ ଲୋକମାନେ ଜଙ୍ଗଲ ଯିବା ସମୟରେ ଯୁନାନୀ ଗାଁର ଡ଼. ଅନିଲ କୁମାର ନାୟକଙ୍କ ଜମିରେ ଥିବା ନଳକୂପ ପାଖରେ ଉକ୍ତ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ବର୍ତ୍ତମାନ୍ ସାରା ରାଜ୍ୟରେ ଖରାର ପ୍ରକୋପ ବଢ଼ି ଚାଲିଥିବାରୁ ପରିବାର ତରଫରୁ ଅଂଶୁଘାତ ଜନିତ ମୃତ୍ୟୁ ଘଟିଥିବା ସନ୍ଧେହ କରି ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସଦର ପୋଲିସ୍ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ