Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଂଜାମ ଦଣ୍ଡଯାତ୍ରାକୁ ଅଡ଼ୁଆ ନିର୍ବାଚନ, ଶୃଙ୍ଖଳିତ ଦଣ୍ଡଯାତ୍ରା ପୋଲିସପାଇଁ ଚେଲେଞ୍ଜ,

ବେଲଗୁଣ୍ଠା,18/03, ପାଖେଇ ଆସୁଛି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଗଣପର୍ବ ଦଣ୍ଡଯାତ୍ରା I ଏନେଇ ଗାଆଁ ଆଖଡ଼ାଶାଳ ଚଳଚଞ୍ଚଳ ହୋଇ ଉଠିଲାଣି I ବିଭିନ୍ନ ରାଜ୍ୟରେ ଦାଦନ ରୂପେ କାର୍ଯ୍ୟ କରୁ୍ଥିବା ପ୍ରାୟ 15 ଲକ୍ଷ ଦାଦନ ଶ୍ରମିକ ମଧ୍ୟରୁ ପ୍ରାୟ ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ଵ ଶ୍ରମିକ ଏବେ ଦଣ୍ଡ ଯାତ୍ରା ଉପଲକ୍ଷେ ଗାଆଁ ମୁହାଁ I ତେବେ ଗଞ୍ଜାମ ଜିଲ୍ଲାରେ ଏହି ଦଣ୍ଡଯାତ୍ରା ସମୟରେ ବିଭିନ୍ନ କାରଣରୁ ଛୋଟବଡ଼ ଗଣ୍ଡଗୋଳ ଘଟି ପୋଲିସ୍ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥାଏ I ଅନ୍ୟପଟେ ଚଳିତ ବର୍ଷ ନିର୍ବାଚନ କମିଶନର୍ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିସାରିଥିବାରୁ ଚଳିତ ବର୍ଷ ଦଣ୍ଡଯାତ୍ରା ସମୟରେ ଗାଆଁ ରାଜନୀତି ଜଳବାୟୁ ଉଷ୍ମ ରହିବ ଯାହା ଦଣ୍ଡଯାତ୍ରା ସମୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ପୋଲିସ୍ ପାଇଁ ଏକ ଆହ୍ୱାନ୍ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି I ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଏବଂ ଗାଙ୍ଗପୁର ଥାନା ଅଧୀନରେ ପ୍ରାୟ ଶତାଧିକ ଗ୍ରାମରେ ରହିଛି ଦଣ୍ଡ ଯାତ୍ରା I ଏହି ଦଣ୍ଡଯାତ୍ରା ଦଳ ଗୁଡ଼ିକ ପୂର୍ବରୁ ରାତ୍ରି ସାଂସ୍କୃତିକ କାର୍ଯ୍ୟକ୍ରମରେ ଦଣ୍ଡ ସୁଆଙ୍ଗ,ଚଢେୟା ଚଢେୟାଣି ଆଦି ପାରମ୍ପରିକ ନୃତ୍ୟ ପରିବେଷଣ କରୁଥିବା ବେଳେ ବର୍ତ୍ତମାନ ପ୍ରାୟ ନବେ ପ୍ରତିଶତ ଦଣ୍ଡ ଦଳ ଆଧୁନିକ ସାମାଜିକ ନାଟକ ପରିବେଷଣ କରିଥାଆନ୍ତି I ଏହି ନାଟକରେ ମୁଖ୍ୟ ଆକର୍ଷଣ ପାଲଟିଥାଆନ୍ତି ଜଗତସିଂହପୁର, ଖୋର୍ଦ୍ଧା,କଟକ,ବାଲେଶ୍ଵର, ଭଦ୍ରକ ଆଦି ଜିଲାରୁ ଆସିଥିବା ରେକର୍ଡ୍ ଡ୍ୟାନ୍ସ ଗୃପ୍ I ଏହି ରେକର୍ଡ୍ ଡ୍ୟାନ୍ସ୍ ଦେଖିବା ପାଇଁ ମଞ୍ଚ ସମ୍ମୁଖରେ ଯୁବ ଗୋଷ୍ଠୀଙ୍କ ପ୍ରବଳ ଗହଳି ଜମେ I ଏହି ଗହଳିରୁ ହିଁ ଛୋଟ ଛୋଟ କଥାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୁଏ ଏବଂ ଏହି ଗଣ୍ଡଗୋଳ ବେଳେ ବେଳେ ଉଗ୍ର ରୂପ ନେଇଥାଏ I ବହୁ ସମୟରେ ଦଣ୍ଡ ଦଳ ଗୁଡ଼ିକ ରାଣୀ ପଣ୍ଡା, ନିଶା ମହାରଣା ଭଳି ଆଇଟମ୍ ଡ୍ୟାନ୍ସରକୁ ଆଣିବା ଯୋଗୁଁ ମଞ୍ଚ ସମ୍ମୁଖରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ଦଣ୍ଡଯାତ୍ରା ସମୟରେ ନିର୍ବାଚନୀ ମାହୋଲ ରହୁଥିବାରୁ ପୋଲିସ୍ ପ୍ରଶାସନ ଅଧିକ ଯତ୍ନବାନ୍ ହେବା ଆବଶ୍ୟକ ବୋଲି ସାଧାରଣରେ ଆଲୋଚନା ହେଉଛି I ଦଣ୍ଡ ଯାତ୍ରାକୁ ଶୃଙ୍ଖଳିତ କରିବାକୁ ହେଲେ ରେକର୍ଡ୍ ଡ୍ୟାନ୍ସ୍ କୁ ସମ୍ପୂର୍ଣ୍ଣ ବନ୍ଦ କରିବା ଉଚିତ୍ ବୋଲି ସ୍ଥାନୀୟ ବୁଦ୍ଧିଜୀବି ମତ ଦେଇଛନ୍ତି I ଦେଖାଯାଉଛି ବହୁ ସମୟରେ କିଛି ନିର୍ଦ୍ଦିଷ୍ଟ ଯୁବ ଗୋଷ୍ଠୀଙ୍କ ହୋ ହାଲ୍ଲା କୁ ନେଇ ପ୍ରତ୍ୟେକ ମଞ୍ଚ ସମ୍ମୁଖରେ ଗଣ୍ଡଗୋଳର ସୂତ୍ରପାତ ହୋଇଥାଏ I ତେଣୁ ପ୍ରତ୍ୟେକ ଦଣ୍ଡଦଳ ନିଜ ମଞ୍ଚ ସମ୍ମୁଖରେ ସିସିଟିଭିର ବ୍ୟବସ୍ଥା କରି ପ୍ରତିଦିନ ଏହାର ଫୁଟେଜ୍ କୁ ସ୍ଥାନୀୟ ଥାନାରେ ଦାଖଲ କରି ପୋଲିସ୍ ଦ୍ୱାରା ଯାଞ୍ଚ୍ କରାଇ ବିଶୃଙ୍ଖଳା କରୁ୍ଥିବା ଗୋଷ୍ଠୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁ୍ଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି I ସେହିପରି ଦେଖାଯାଉଛି ବହୁତ ଯୁବକ ଦଣ୍ଡଯାତ୍ରା ଦେଖିବାକୁ ମଦ୍ୟପାନ କରି ସାଙ୍ଗରେ ବିଭିନ୍ନ ମାରଣାସ୍ତ୍ର ନେଇ ଯାଇଥାଆନ୍ତି I ସେମାନଙ୍କ ଉପରେ ପୋଲିସ୍ ର ତୀକ୍ଷ୍ଣ ନଜର ରହିବା ସହିତ ପାଟ୍ରୋଲିଂ କଡ଼ାକଡ଼ି ହେଲେ ଚଳିତ ବର୍ଷ ଦଣ୍ଡଯାତ୍ରା ଶୃଙ୍ଖଳିତ ହେବା ସହ ବିଶୃଙ୍ଖଳା କରୁ୍ଥିବା ବ୍ୟକ୍ତିମାନେ ସାବାଡ଼୍ ହୋଇପାରନ୍ତେ ବୋଲି ବୁଦ୍ଧିଜୀବି ପ୍ରକାଶ କରିଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ