ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ କେନ୍ଦୁପାଲି ରେ ଅନୁଷ୍ଠିତ ଛପନ ପ୍ରହର ବିଶ୍ଵଶାନ୍ତି ନାମଯଜ୍ଞ ବୁଧବାର ପୂର୍ଣ୍ଣାହୁତି ହୋଇଛି I ଏଥିରେ ଭାଗବତ ସପ୍ତାହ ପରାୟଣ , ସପ୍ତାହ ବ୍ୟାପି ହରେ କୃଷ୍ଣ ହରେ ରାମ ନାମ ସଙ୍କୀର୍ତ୍ତନ, ଘୃତ ଯଜ୍ଞ , ଭଜନ ସନ୍ଧ୍ୟା , ପ୍ରବଚନ ଆଦି ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ଯକ୍ରମ ରହିଥିଲା l ପ୍ରତ୍ୟେକ ଦିନ ମଧ୍ୟାହ୍ନ 12 ଘଣ୍ଟା ରୁ ମଧ୍ୟ ରାତ୍ରି ପର୍ଯ୍ୟନ୍ତ 20 ହଜାର ରୁ 30 ହଜାର ଭକ୍ତ ତଥା ଶ୍ରଦ୍ଧାଳୁ ଅନ୍ନପ୍ରସାଦ ସେବନ କରୁଥିବା ବେଳେ (ହରିହାଟ କାର୍ଯ୍ୟକ୍ରମ) ଲକ୍ଷାଧିକ ଦର୍ଶକ ଙ୍କ ସମାଗମ ହେଉଥିବା ଜଣାପଡ଼ିଛି l ଅନ୍ତିମ ତିନି ଧରି ବହୁ ଲୋକ ସମାଗମ ଯୋଗୁ ଯାନବାହାନ ଦୁଇ କି. ମି ଦୁରରେ ରଖି ପାଦରେ ଚାଲି ଚାଲି ମେଳା ସ୍ଥାନ କୁ ଆସିଥିଲେ l ପୋଲିସ ପ୍ରସାଶନ ଶାନ୍ତି ଶୃଙ୍ଖଳା ରକ୍ଷା କରୁଥିବାବେଳେ ଗ୍ରାମ କମିଟିର 5 ଶହରୁ ଉର୍ଦ୍ଧ୍ବ ସ୍ୱେଚ୍ଛାସେବୀ ଯୁବକ ଏଥିରେ ସାମିଲ ଥିଲେ l ଏହି କାର୍ଯ୍ୟକ୍ରମ 40 ବର୍ଷ ପରେ ଏଠାରେ ଅନୁଷ୍ଠିତ ହେଉଥିବାବେଳେ ବହୁ ଦୂରଦୂରାନ୍ତରୁ ଲୋକ ବିଭିନ୍ନ ଗାଡି ମୋଟର ଯୋଗେ ଆସୁଥିବା ଜଣାପଡିଛି I ଏ ଅବସରରେ ଶିକ୍ଷାବିତ କୃଷ୍ଣ ଚନ୍ଦ୍ର ପାଢି ଙ୍କ ଦ୍ଵାରା ଅନୁବାଦିତ ଶ୍ରୀମଦ ଭାଗବତ ଗୀତା ଓଡ଼ିଆ ପଦ୍ୟlନୁବାଦ ଓ ଶଙ୍କl ଵିମୋଚନି ଟୀକା ଲୋକାର୍ପିତ ହୋଇଯାଇଛି l ଶିବାନନ୍ଦ ପରିବାର ମୁଖ୍ୟ ସଂସ୍ଥାପକ ସ୍ଵାମୀ ସ୍ଵରୂପlନନ୍ଦ ସରସ୍ଵତୀ ଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା I ଗ୍ରନ୍ଥରେ ମୂଳ ସଂସ୍କୃତ ଶ୍ଳୋକ ସହିତ ଶ୍ଲୋକ ଗୁଡିକ ର ଓଡ଼ିଆ ଗଦ୍ୟାନୁବାଦ , କଠିନ ଶବ୍ଦ ର ଅର୍ଥ ସହଜ ଓ ସରଳ ଭାଷାରେ ବ୍ୟାଖ୍ୟା କରାଯାଇଛି I
ଶ୍ରୀମଦ୍ ଭଗବତ୍ ଗୀତା ର ପଦ୍ୟାନୁବାଦ ଲୋକାର୍ପିତ ସଙ୍ଗେ କେନ୍ଦୁପାଲି ବିଶ୍ଵ ଶାନ୍ତି ଛପନ ପ୍ରହର ନାମଯଜ୍ଞ ର ପୂର୍ଣ୍ଣାହୁତି
