Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା ଉପରେ ମାନସିକ ବିକାରଗ୍ରସ୍ତ ମହିଳା : ଥଇଥାନ ଦାବି

ଭବାନୀପାଟଣା, ୨୧/୦୩ (ଜଗନ୍ନାଥ ନାଏକ) : ଭବାନୀପାଟଣା ବ୍ଲକ ବାଦିଲୀ ଠାରୁ ମାଡିଙ୍ଗ ଙ୍କୁ ସଂଯୋଗ କରୁଥିବା ତିଳଯୋଡି ରାସ୍ତା କଡରେ ଏକ ମାନସିକ ବିକାରଗ୍ରସ୍ତ ମହିଳା ଦୀର୍ଘଦିନ ହେଲା ରାସ୍ତା ଉପରେ ରହି ଆସୁଛନ୍ତି l ରାସ୍ତା ରେ ଅନବରତ ବସ, ଟ୍ରକ, ଟ୍ରାକ୍ଟର ଭଳି ବଡ଼ ବଡ଼ ଗାଡି ଯିବା ଆସିବା କରୁଛି l ହେଲେ ସେହି ରାସ୍ତା ଉପରେ ଉକ୍ତ ମାନସିକ ବିକାରଗ୍ରସ୍ତ ମହିଳା ରହି ଆସୁଛନ୍ତି l ବାଟରେ ଯାଉଥିବା ଲୋକେ କିଛି ଖାଇବାକୁ ଦେଲେ ଖାଉଛନ୍ତି ନହେଲେ ସେ ଭୋକ ଉପାସ ରେ ରହୁଛନ୍ତି l ଗତ ଦୁଇଦିନ ହେଲା ଲଘୁଚାପ ବର୍ଷା ରେ ସେ ଭିଜି ଯାଇଥିଲେ ମଧ୍ୟ ରାସ୍ତା ଉପରେ ହିଁ ରହୁଛନ୍ତି l ସମାଜସେବୀ ଶ୍ରୀ ଯଶୋବନ୍ତ ରଣା ଉକ୍ତ ମହିଳାଙ୍କୁ କୌଣସି ଏକ ଆଶ୍ରମ ରେ ଥଇଥାନ କରିବାପାଇଁ ଆଗେଇ ଆସିଥିଲେ, ହେଲେ କଳାହାଣ୍ଡି ରେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ପାଇଁ ସେହିପରି କୌଣସି ସୁବିଧା ନଥିବାରୁ ଏହିପରି ଅନେକ ମାନସିକ ମହିଳା ରାସ୍ତା ଉପରେ, ଦୋକାନ ପିଣ୍ଡା ରେ ପଡିରହୁଛନ୍ତି l ପୂର୍ବରୁ ଧର୍ମଗଡ଼ ସ୍ଥିତ ମିଶନ ଚାରିଟି ଏହିପରି ମହିଳାଙ୍କୁ ଆଶ୍ରୟ ଦେଉଥିଲେ କିନ୍ତୁ କୌଣସି ଅସୁବିଧା ହେତୁ ଏବେ ସେଠାରେ ଆଉ ରଖୁନାହାନ୍ତି l ଫଳରେ ଏହିପରି ମାନସିକ ବିକାରଗ୍ରସ୍ତ ମହିଳା ମାନେ ହଇରାଣ ହେଉଛନ୍ତି l ତିଳଯୋଡି ଠାରେ ଥିବା ଉକ୍ତ ମହିଳା ଙ୍କୁ ମଧ୍ୟ କୌଣସି ଏକ ଆଶ୍ରମ ରେ ଥଇଥାନ କଲେ ସେ ଉନ୍ନତ ଜୀବନ ଜୀଇଁ ପାରିବେ l ଦେହରେ ଅନେକ ବସ୍ତ୍ର ଘୋଡେଇ ହୋଇ ସେ ରାସ୍ତା ଉପରେ ରହିଥିବାରୁ କେତେବେଳେ ଆକ୍ସିଡେଣ୍ଟ ହେବାର ମଧ୍ୟ ସମ୍ଭାବନା ରହୁଛି l ଏଣୁ ଉକ୍ତ ମହିଳାଙ୍କୁ ଥଇଥାନ କରିବାପାଇଁ ସମାଜସେବୀ ଯଶୋବନ୍ତ ରଣା ଓ ଅଂଚଳବାସୀ ଦାବି ଜଣାଉଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ