ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ,୪୦ ହଜାର ଲାଞ୍ଜ ନେବା ବେଳେ ମାଡି ବସିଲା ଭିଜିଲାନ୍ସ।


କୋକସରା:୨୧/୦୩
ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଲେତେର ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ l
5t କାମରେ ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ l କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟରେ ହୋଇଥିବା 5t କାମ ର ବିଲ କରିଦେବା ପାଇଁ ସ୍କୁଲ ର ପ୍ରଧାନ ଶିକ୍ଷକ ଦ୍ରୋଣ କୁମାର ତାଣ୍ଡି ଠିକାଦାର ଜୟରାମ ସାହୁ ଙ୍କ ଠାରୁ 40 ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଲେ l ଭିଜିଲାନ୍ସ ପକ୍ଷରୁ ଏକକାଳୀନ ସ୍କୁଲ ଅଫିସ ଓ ତାଙ୍କ ଘରେ ଚଢାଉ କରିଥିଲେ l ଖବର ଲେଖିବା ପର୍ଯ୍ୟନ୍ତ ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରଧାନ ଶିକ୍ଷକ ଦ୍ରୋଣ ତାଣ୍ଡିଙ୍କ କାଗଜପତ୍ର ଯାଞ୍ଚ କରାଯାଉଥିବା ଜଣାପଡିଛି l