Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୁଣାପଡାରେ ଦୋଳ ଉତ୍ସବ ୨୦୨୪ ପାଳିତ

କଳାହାଣ୍ଡି, ୨୨/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଅନ୍ତର୍ଗତ ପୁରୁଣା ପଡା ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ଦୋଳ ଉତ୍ସବ ଅବସରରେ ପୁରୁଣା ପଡା ସ୍କୁଲ ଛକ କମିଟ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି. କମିଟି ସଭାପତି ସନ୍ତୋଷ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଲକ୍ଷ୍ମୀନାରାୟଣ ପଣ୍ଡା ଓ ଭଗବାନ ବିଶୋଇ ମଞ୍ଚ ପରିଚାଳନା କରିଥିଲେ । ମନ୍ଦିର ଟ୍ରଷ୍ଟିର ସଭାପତି କୈଳାଶ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଇଞ୍ଜିନିୟର ନିରଞ୍ଜନ ପ୍ରଧାନ ଓ ମନ୍ଦିର ସମୂହ କମିଟି ସଭାପତି ଇନ୍ଦ୍ରଜିତ୍ ମହାଖୁଡ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ରାଧାକୃଷ୍ଣ ଙ୍କ ବିମାନ ଯାତ୍ରା ଙ୍କୁ ସ୍ଵାଗତ କରାଯାଇ ପୂଜାର୍ଚନା କରାଯାଇଥିଲା । ହୁଳହୁଳି ପ୍ରତିଯୋଗିତାରେ ଭାନୁମତୀ ମହାରଣା ପ୍ରଥମ, ରଙ୍ଗୋଲି ରେ ମୌସୁମୀ ପ୍ରଧାନ, ରାଧା କୃଷ୍ଣ ବେଶରେ ସଜ୍ଜିତ ରେ ଶୁଭ୍ରାଂଶୁ ପ୍ରଧାନ, ଚିତ୍ରାଙ୍କନ ପ୍ରତିଯୋଗିତା ରେ ପ୍ରତୀକ ଜେନା ପ୍ରଥମ, ସାଧାରଣ ଜ୍ଞାନ ପ୍ରତିଯୋଗୀତା ରେ ସୋମେଶ ପ୍ରଧାନ, ବିଜୟ ଲକ୍ଷ୍ମୀ ପରିଛା, ବର୍ଷା ବିଶୋଇ, ଶିବାନନ୍ଦ ବାରିକ ପ୍ରମୁଖ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ସମସ୍ତ ପ୍ରତିଯୋଗୀତା ର ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କୁନି କୁନି ଶିଶୁ ମାନଙ୍କ ମଧ୍ୟରେ ଡ୍ୟାନ୍ସ କାର୍ଯ୍ୟକ୍ରମ ହୋଇଥିଲା । ସାଧାରଣ ସମ୍ପାଦକ କମ୍ଭୂ ପାଣି ପରିଛା ଧନ୍ୟବାଦ୍ ଅର୍ପଣ କରିଥିଲେ । ସୀତାକାନ୍ତ ପ୍ରଧାନ, କୌଶିକ ନାୟକ ପ୍ରମୂଖ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ