Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଥୁଆମୂଳ ରାମପୁରରେ ପ୍ରାଣୀଧନ ଚିକିତ୍ସା ବିପର୍ଯ୍ୟସ୍ତ ପଶୁପକ୍ଷୀ ଙ୍କ ଜୀବନ ସଙ୍କଟାପନ୍ନ

କଳାହାଣ୍ଡି, ୨୩/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ସମ୍ପୂର୍ଣ୍ଣ ଅବହେଳାର ଚିତ୍ର ଦେଖିବାକୁ ମିଳିଛି। ଥୁଆମୂଳ ରାମପୁର ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟରେ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସକ(ବି.ଭି.ଓ)ଏବଂ ଅତିରିକ୍ତ ଅସ୍ତ୍ରୋପଚାର ଚିକିତ୍ସକଙ୍କ ନିଯୁକ୍ତ ହୋଇଥିବା ବେଳେ ଅଧିକାଂଶ ସମୟ ଅନୁପସ୍ଥିତ ରହୁଥିବା ଅଭିଯୋଗ ନଜରକୁ ଆସିଛି। ରାତ୍ର ଜଗୁଆଳି ଏବଂ ଆଟେଣ୍ଡେଣ୍ଟଙ୍କ ଭରସାରେ ପ୍ରାଣି ଚିକିତ୍ସାଳୟ କେନ୍ଦ୍ର। ଫଳରେ ପ୍ରଭାବିତ ହେଉଛି ପ୍ରାଣୀଧନ ଚିକିତ୍ସା ସେବା। ଗାଈଗୋରୁ ଛେଳିମେଣ୍ଢା ଭଳି ଘରୋଇ ପ୍ରାଣୀ ବିଭିନ୍ନ ସମୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅବହେଳାରୁ ମୃତ୍ୟୁ ମୁଖରେ ପଡୁଥିବା ବେଳେ ଏହାର ପ୍ରାଥମିକ ଚିକିତ୍ସା ଜରୁରୀ ହୋଇଥାଏ।କିନ୍ତୁ ଏପରି ସମୟରେ ଚିକିତ୍ସା ସେବା ମିଳି ପାରୁନଥିବା ଅଭିଯୋଗ ହୋଇ ଆସୁଛି।ଠିକ୍ ସମୟରେ ଟୀକାକରଣ ହେଉନଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଅଧିନରେ ବ୍ଲକର କର୍ଲାପାଟ, କେରପାଇ, ଗୁଣପୁର, ଗୋପାଳପୁର, ବଡଛତ୍ରଙ୍ଗ, ମହୁଲପାଟଣା, ଡୁମେରପଦର ଏବଂ ଅଡ୍ରି ଠାରେ ପ୍ରାଣୀ ଧନ ନିରୀକ୍ଷକ କେନ୍ଦ୍ର ରହିଛି। ଡୁମେରପଦର ଠାରେ ନିର୍ମାଣ ହେଉଥିବା କାର୍ଯ୍ୟାଳୟ କୋଠା ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଗୋପାଳପୁର ସ୍ଥିତ କୋଠା ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ। ଅଡ୍ରି ସ୍ଥିତ କେନ୍ଦ୍ରର ଦାୟିତ୍ୱରେ ଥିବା ପ୍ରାଣୀ ସମ୍ପଦ ନିରୀକ୍ଷକଙ୍କୁ ନର୍ଲା ପ୍ରାଣୀ ଚିକିତ୍ସାଳୟକୁ ଡେପୁଟେସନ୍ ରେ ଯାଇଥିବା ବେଳେ ପ୍ରାଣୀ ଧନ ନିରୀକ୍ଷକ ପଦବୀ ଖାଲି ପଡିଛି।ଏଥିସହିତ ଥୁଆମୂଳ ରାମପୁର ପ୍ରାଣୀ ଚିକିତ୍ସାଳୟରେ ମଧ୍ୟ ଏହି ପଦବୀ ଖାଲି ପଡିଛି। ମହୁଲପାଟଣା ଏବଂ କେରପାଇ ସ୍ଥିତ ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ର ମାସମାସ ଧରି ବନ୍ଦ ରହୁଥିବା ବେଳେ ଅଞ୍ଚଳର ଗୃହ ପାଳିତ ପଶୁ ପକ୍ଷୀଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ଭାବେ ଅବହେଳା ପରିଲକ୍ଷିତ ହେଇଛି।ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନିଅନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ