Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା, ଦେଖନ୍ତୁ କେଉଁ ଲୋକସଭାରୁ କିଏ ହୋଇ ପାରନ୍ତି ପ୍ରାର୍ଥୀ

ଭୁବନେଶ୍ୱର: ଗତକାଲି ମେଂଟ ହେଉ ନ ଥିବା ଘୋଷଣା କରିବା ପରେ ଆଜି ଦିଲ୍ଲୀ ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆଜି ଦିଲ୍ଲୀରେ ବିଜେପିର ନିର୍ବାଚନ କମିଟି ବୈଠକ ବସିବାକୁ ଯାଉଛି । ସେଥିପାଇଁ ମନମୋହନ ସଂଗଠନ ସଂପାଦକ ମାନସ ମହାନ୍ତିଙ୍କ ସହ ଦିଲ୍ଲୀ ଯାଇଛନ୍ତି । ଫଳରେ ଆଜି ଓଡିଶାର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ସମ୍ଭାବନା ବଢି ଯାଇଛି ।

କେନ୍ଦ୍ରୀୟ ବିଜେପି ଲୋକସଭା ନିର୍ବାଚନ ପାଇଁ ଓଡିଶାକୁ ବାଦ୍ ଦେଲେ ଅନ୍ୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପାଇଁ କିଛିଟା ପ୍ରାର୍ଥୀ ଘୋଷଣା କରି ସାରିଛି । କିନ୍ତୁ ଓଡିଶାର ୨୧ ଲୋକସଭାରୁ ଗୋଟିଏ ହେଲେ ତାଲିକାରେ ପ୍ରକାଶ ପାଇନି । ତେଣୁ ଆଜି ଦିଲ୍ଲୀର ନିର୍ବାଚନୀ କମିଟି ବୈଠକ ପରେ ଓଡିଶାର ପ୍ରାର୍ଥୀ ତାଲିକା ଆସିପାରେ । ଆପାତଃ ୨୧ ଲୋକସଭାରୁ ୧୬ଟି ଆସନରେ ଦଳ ପ୍ରାର୍ଥୀ ଚୂଡାନ୍ତ କରି ସାରିଥିବା କୁହାଯାଉଛି । ଖାଲି ଏହା ଉପରେ କେନ୍ଦ୍ରୀୟ ନେତୃତ୍ୱଙ୍କ ମୋହର ବାଜିବା ବାକି ରହିଛି । ଅବଶିଷ୍ଟ ୫ଟି ଆସନ ଉପରେ ଆଜି ପ୍ରାର୍ଥୀ ଚୂଡାନ୍ତ ହୋଇପାରେ ବୋଲି କୁହାଯାଉଛି ।

ଯେଉଁ ୫ଟି ଆସନରେ ପ୍ରାର୍ଥୀ ଚୂଡାନ୍ତ ହୋଇନାହିଁ ସେଥିରେ କଟକ, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ଜଗତସିଂହପୁର ଲୋକସଭା ସିଟ୍ ସାମିଲ । ଆଜି ସନ୍ଧ୍ୟା ୬ଟାରେ ଦିଲ୍ଲୀର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ । ଆଉ ଆସନ ଉପରେ ପ୍ରାର୍ଥୀ ଚୂଡାନ୍ତ ହୋଇପାରେ ବୋଲି କୁହାଯାଉଛି । ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ ପୁନର୍ବାର ପ୍ରାର୍ଥୀ ହେଉଥିବା ବେଳେ ବ୍ରହ୍ମପୁର ଆସନରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳ ପ୍ରାର୍ଥୀ କରିପାରେ । ପୁରୀରୁ ସମ୍ବିତ ପାତ୍ର, ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ବରଗଡରୁ ପ୍ରଦୀପ ପୁରୋହିତ, ସୁନ୍ଦରଗଡରୁ ଜୁଏଲ ଓରାମ, ବାଲେଶ୍ୱରରୁ ପ୍ରତାପ ଷଡଙ୍ଗୀ ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବରଗଡରୁ ବର୍ତମାନ ସାଂସଦ ଥିବା ସୁରେଶ ପୂଜାରୀଙ୍କୁ ଦଳ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିପାରେ ।

ଗତକାଲି ମନମୋହନ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ହେବ ନାହିଁ ବୋଲି ଘୋଷଣା କରିସାରିଛନ୍ତି । ରାଜ୍ୟରେ ବିଜେପି ଏକାକୀ ଲଢିବ ବୋଲି ସ୍ପଷ୍ଟ କରିଥିଲଲ ରାଜ୍ୟ ବିଜେପି ସଭାପତି । ବିଜେପି ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଏକା ଲଢିବ ବୋଲି କହିଥିଲେ । ତାଙ୍କର ଏହି ଘୋଷଣା ପରେ ବିଜେପି କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା ।

ବିଜେପିର ସମ୍ଭାବ୍ୟ ଲୋକସଭା ପ୍ରାର୍ଥୀ

ପ୍ରଦୀପ ପୁରୋହିତ, ବରଗଡ଼
ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁର
ଅନନ୍ତ ନାୟକ, କେନ୍ଦୁଝର
ପ୍ରତାପ ଷଡ଼ଙ୍ଗୀ, ବାଲେଶ୍ବର
ରୁଦ୍ର ନାରାୟଣ ପାଣି, ଢ଼େଙ୍କାନାଳ
ସଙ୍ଗୀତା ସିଂହଦେଓ, ବଲାଙ୍ଗିର
ମାଳବିକା ଦେଓ, କଳାହାଣ୍ଡି
ବଳଭଦ୍ର ମାଝି, ନବରଙ୍ଗପୁର
କର୍ଣ୍ଣେଲ ଶିଶିର ଘାସି, କନ୍ଧମାଳ
ବିଭୁ ତରାଇ, ଜଗତସିଂହପୁର
ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ବର
ସମ୍ବିତ୍ ପାତ୍ର, ପୁରୀ
ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ, ଆସ୍କା
ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର
କାଳୀରାମ ମାଝି, କୋରାପୁଟ
ଜୁଏଲ ଓରାମ, ସୁନ୍ଦରଗଡ଼