Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୁଗ ଚାଷରେ ଲେଢା ପୋକ ଲାଗି ଫସଲ ନଷ୍ଟ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ମୁଗ ଚାଷ କରାଯାଇ ଥିବାବେଳେ ତିନି ଧରି ଅଦିନିଆ ବର୍ଷା ଯୋଗୁଁ ଚାଷରେ ଲେଢା ପୋକ ଓ ଜଉପୋକ ଲାଗି ମୁଗଚାଷ ନଷ୍ଟ ହୋଇଯାଇଛି। ଫଳରେ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଚାଷୀଙ୍କୁ ଅଦିନିଆ ବର୍ଷା ଓ ଲେଢା ପୋକ ଦାଉ ସାଧିଛି । ବଜାରରୁ ଚଢା ଦରରେ ଔଷଧ କିଣି ଛିଞ୍ଚନ କରି ଥିଲେ । ଏ ଉପରେ କୃଷିବିଭାଗ କୈଣସି ପଦକ୍ଷେପ ଗ୍ରହଣ କରିନାହିଁ । ଚାଷୀଙ୍କ କହିବା ଅନୁସାରେ ଚାଷୀ ବାହାରୁ ମୁଗ ବିହନ କିଣି ଚାଷ କରିଛନ୍ତି। ଚାଷୀମାନେ ମୁଗ ବିହନ ପାଉନାହାନ୍ତି କି ସାର ଔଷଧ ଟଙ୍କା କିମ୍ବା ସବସିଡି ବି ପାଉନଥିବା ଅଭିଯୋଗ କରିଛନ୍ତି। ଅଦିନିଆ ବର୍ଷା ଓ ଲେଢା ପୋକ ଯୋଗୁଁ ବ୍ଲକ ଅନ୍ତର୍ଗତ ଲସ୍ତଳା ଗ୍ରାମ ରେ ପ୍ରାୟ ୬୦ ଏକର ମୁଗଚାଷ ନଷ୍ଟ ହୋଇଯାଇଛି । ଏହାର ତଦନ୍ତ କରି ଶୀଘ୍ର ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ କ୍ଷତି ଗ୍ରସ୍ତ ଚାଷୀ ଦାବି କରିଛନ୍ତି।