Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡିର ୯ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା, ସମ୍ବଲପୁରରୁ ପ୍ରଣବ ଓ ଭୁବନେଶ୍ଵରରୁ ଲଢିବେ ମନ୍ମଥ

ଭୁବନେଶ୍ଵର: ବହୁ କଳ୍ପନା ଜଲ୍ପନା ପରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପ୍ରଥମ ପର୍ଯ୍ୟାୟ  ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ୭୧ ବିଧାନସଭା ସିଟ୍ ଓ ୯ ଲୋକସଭା ସିଟରେ ଦଳ ପ୍ରାର୍ଥୀ ଘୋଷଣା କରିଛି। ବିଜେଡିର ପ୍ରାର୍ଥୀ ତାଲିକା ଦେଖିବା ପରେ  ଏଥର ନିର୍ବାଚନ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେବାକୁ ଯାଉଥିବା ସଙ୍କେତ ମିଳୁଛି। କେହି ବି ଇଞ୍ଚେ ଜାଗା ଛାଡ଼ିବାକୁ ପ୍ରସ୍ତୁତ ନ ଥିବା ଜଣା ପଡୁଛି। କାରଣ ବିଜେଡି ସମ୍ବଲପୁରରୁ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ଭୁବନେଶ୍ଵର ପାଇଁ ସରପ୍ରାଇଜ କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ଦଳ ଏଠାରେ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି।

ଲୋକସଭା ପ୍ରାର୍ଥୀ ଭାବେ କଳାହାଣ୍ଡିରୁ ଲମ୍ବୋଦର ନିଆଲ, ସମ୍ବଲପୁରରୁ ପ୍ରଣବପ୍ରକାଶ ଦାସ, ସୁନ୍ଦରଗଡ଼ରୁ ଦିଲ୍ଲୀପ ତିର୍କୀ, ମୟୂରଭଞ୍ଜରୁ ସୁଦାମ ମାର୍ଣ୍ଡି, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁରରୁ ପ୍ରଦୀପ କୁମାର ମାଝୀ, ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, କୋରାପୁଟରୁ କୌଶଲ୍ୟା ହିକକା, ଆସିକାରୁ ରଞ୍ଜିତା ସାହୁଙ୍କୁ ମିଶାଇ ମୋଟ ୯ଟି ଲୋକସଭା ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି ।

ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ଦାସଙ୍କ ମଧ୍ୟରେ ମହା ମୁକାବିଲା ହେବାକୁ ଯାଉଛି। ସେହିପରି ଭୁବନେଶ୍ଵରରେ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ମନ୍ମଥ ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିଛି। କାରଣ ହିଁ ମନ୍ମଥ ବିଜେଡିରେ ଯୋଗ ଦେଇଥିଲେ। କେନ୍ଦ୍ରାପଡ଼ାରେ ବିଜେପିର ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଲଢିବେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ଅଂଶୁମାନ ମହାନ୍ତି। ସୁନ୍ଦରଗଡ଼ରେ ଜୁଏଲ ଓରାମଙ୍କ ବିରୁଦ୍ଧରେ ୨୦୧୯ ଥର ପରି ଏଥର ବିଜେଡି ତରଫରୁ ଲଢିବେ ଦିଲୀପ ତିର୍କୀ।

କଳାହାଣ୍ଡି- ଲମ୍ବୋଦର ନିଆଲ

ସମ୍ବଲପୁର- ପ୍ରଣବପ୍ରକାଶ ଦାସ

ସୁନ୍ଦରଗଡ଼- ଦିଲ୍ଲୀପ ତିର୍କୀ

ମୟୂରଭଞ୍ଜ- ସୁଦାମ ମାର୍ଣ୍ଡି

 କେନ୍ଦ୍ରାପଡ଼ା- ଅଂଶୁମାନ ମହାନ୍ତି

ନବରଙ୍ଗପୁର- ପ୍ରଦୀପ କୁମାର ମାଝୀ

 ଭୁବନେଶ୍ଵର- ମନ୍ମଥ ରାଉତରାୟ

 କୋରାପୁଟ- କୌଶଲ୍ୟା ହିକକା

ଆସିକା- ରଞ୍ଜିତା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories