Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପର୍ଯ୍ୟଟକଙ୍କ ନିମନ୍ତେ ଖୋଲିବ ଗୋପାଳପୁର ବତିଘର।

ଗୋପାଳପୁର, ୨୪/୦୨
କେନ୍ଦ୍ର ଜାହାଜ ପରିବହନ ମନ୍ତ୍ରାଳୟ ପକ୍ଷରୁ ପରିଚାଳିତ ହୋଉଥିବା ଗୋପାଳପୁର ବତିଘର ସମେତ ପର୍ଯ୍ୟଟକଙ୍କ ନିମନ୍ତେ ନିର୍ମିତ ହୋଇଥିବା ପାର୍କ ଆସନ୍ତା ଏପ୍ରିଲ ୧ ତାରିଖ ଠାରୁ ଖୋଲାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ପର୍ଯ୍ୟଟକମାନେ ଧାର୍ଯ୍ୟ ଟିକଟ କ୍ରୟ କରି ଗୋପାଳପୁର ବତିଘରର କୁ ଦେଖିବା ସହ ବତୀଘର ଉପରେ ଚଢ଼ି ସମୁଦ୍ର ଓ ବେଳାଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ |ଏହା ସହ ବିଭାଗ ପକ୍ଷରୁ ପ୍ରାୟ ୭୦ ଲକ୍ଷ ଟଙ୍କା ବ୍ୟୟରେ ପିଲାମାନଙ୍କ ନିମନ୍ତେ ସୁନ୍ଦର ଉଦ୍ୟାନ, ୱାଟର ଫାଉଣ୍ଟେନ୍ ଆଦି ର ମଜା ମଧ୍ୟ ପର୍ଯ୍ୟଟକ ମାନେ ନେଇ ପାରିବେ। ବତିଘର ଉପରେ ଲାଗିଥିବା ରାଡାରକୁ ମଧ୍ୟ ଚଳିତ ମାସ ଶେଷ ସୁଦ୍ଧା ବତୀଘର ପ୍ରବେଶ ସ୍ଭାଥାନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ଟାୱାର ନିକଟକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି। ଆଗାମୀ ଦିନରେ ବତିଘର ଉପରକୁ ଯିବା ପାଇଁ ସିଡ଼ି ରାସ୍ତା ସହ ଲିଫ୍ଟ ବ୍ୟବସ୍ଥା ମଧ୍ୟ ବିଭାଗ ପକ୍ଷରୁ କରାଯିବ ବୋଲି ଜଣାପଡିଛି। ୧୮୭୧ ମସିହାରେ ସମୁଦ୍ର ଜଳରାଶି ରେ ଯାତାୟାତ କରୁଥିବା ଜାହାଜ ମାନଙ୍କୁ ଉଚିତ ଦିଗ ଜଣାଇବା ଉଦ୍ଦେଶ୍ୟରେ ପାନ୍ଥନିବାସ ପଛପଟ ସ୍ଥାନରେ ଏକ‌ ପଥର ଖୁଣ୍ଟ ଉପରେ କିରୋସିନି ଦିପ ଜଳାଇ ବତୀଘର ଆରମ୍ଭ କରାଯାଇଥିଲା।ତତପରେ ୧୯୬୭ ଡିସେମ୍ବର ମାସରେ ବେଳାଭୂମି ନିକଟରେ ପ୍ରାୟ ତିନି ଏକର ପରିମିତ ଅଞ୍ଚଳକୁ ବତିଘରକୁ ସ୍ଥାନାନ୍ତର କରାଯାଇଥିଲା। ଯାହାର ଉଚ୍ଚତା ସମୁଦ୍ର ପତ୍ତନ ଠାରୁ ପ୍ରାୟ ୪୫ ମିଟର ରହିଛି। ବତୀଘର ସ୍ପଥାପନ ପରେ ଏହା ଗୋପାଳପୁର କୁ ଆସୁଥିବା ପର୍ଯ୍ୟଟକ ମାନେ ଟିକଟ କାଟି ବତୀଘର ଚଢିବାର ମଜା ନେଇ ଆସୁଥିଲେ। ସମୁଦ୍ର ପଟୁ ଆତଙ୍କବାଦୀ ଆକ୍ରମଣ ହେବା ପରେ ୨୦୧୩ ରେ ବତୀଘର ଉପର ଭାଗରେ ଏକ ସୁରକ୍ଷା ରାଡାର ସ୍ଥାପନା କରଯାଇଥିଲା।ଯାହା ପରେ ସୁରକ୍ଷା ଦୃଷ୍ଟିରୁ ସେବେ ଠାରୁ ବତୀଘର ପ୍ରବେଶ ଉପରେ ସର୍ବସାଧାରଣଙ୍କ ଉପରେ କଟକଣା ଲଗାଇ ଦିଆଯାଇଥିଲା। ବତୀଘର ଲାଇଟ୍‌ଟି ସମୁଦ୍ର ମଧ୍ୟରେ ପ୍ରାୟ ୨୬ ନଟିକାଲ୍ ମାଇଲ ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିବା ଯୋଗୁଁ ଏହା ମତ୍ସ୍ୟଜୀବୀ ଏବଂ ଜାହାଜକୁ ଦିଗଦର୍ଶନ କରି ଆସୁଛି ବିଶେଷ କରି ଏହି ବତିଘରଟି ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ବେଶ୍ ସହାୟତା ହୋଇ ଆସୁଛି । ସଂପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ପାଇଁ ବତିଘର ଖୋଲିବାକୁ ନିଷ୍ପତ୍ତ ନେଇଥିବାରୁ ସାଧାରଣରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ