Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ରେ ସାଗର ଆଳତୀ ଅନୁଷ୍ଠିତ।

ଗୋପାଳପୁର,୨୭/୦୩
ବ୍ରହ୍ମପୁର ର ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ଚେତନା ଫାଉଣ୍ଡେସନ ଓ ଗୋପାଳପୁର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ପବିତ୍ର ଦୋଳ ପୁର୍ଣିମା ଦିନ ୧୧୨ ତମ ସାଗର ଆଳତି, ବରୁଣ ପୂଜା, ଶ୍ରୀ ଜଗନ୍ନାଥ ଙ୍କ ଧ୍ୟାନ ମନ୍ତ୍ର,ନଗର କୀର୍ତନ, ଆଧ୍ୟାତ୍ମିକ ସମାରୋହ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଗୀତା ବାଚସ୍ପତି ପଦ୍ମ ଚରଣ ଦାସ ଉପସ୍ଥିତ ରହି ସମୁଦ୍ର ଆଳତି କରିଥିଲେ।ଏହ ଅବସରରେ ଜଗନ୍ନାଥ ମନ୍ଦିର ପରିସରରୁ ରାଜେନ୍ଦ୍ର ଗନ୍ତାୟତ ଓ ସାଥି ମାନଙ୍କ ଦ୍ୱାରା ନଗର କୀର୍ତନ କରାଯାଇ ଗୋପାଳପୁର ସହର ପରିକ୍ରମା ପୂର୍ବକ ବେଳାଭୂମି ଠାରେ ରେ ପହଞ୍ଚି ଥିଲେ। ଆଳତି ପୂର୍ବରୁ ଆୟୋଜିତ ଆଧ୍ୟାତ୍ମିକ ସମାରୋହ ରେ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଅଜିତ କୁମାର ମହାପାତ୍ର ଆଳତି ର ମହତ୍ୱ, ଜଗନ୍ନାଥ ସଂସ୍କୃତି ର ପ୍ରାଚୀନତା ଓ ଆମ ସଂସ୍କୃତି ର ରକ୍ଷା କବଚ ଭାବରେ ଯୁବ ସମାଜ ଆଗେଇ ଆସି ବାକୁ ଆହ୍ୱାନ ଦେଇଥିଲେ।ଫାଉଣ୍ଡସନ ଉପସଭାପତି ସଂଯୁକ୍ତା ଦାସ ଙ୍କ ପକ୍ଷରୁ ଦୋଳଗୋବିନ୍ଦ ଙ୍କୁ ଦୋଳି ରେ ଝୁଲାଇ ପୂଜା ଅର୍ଚନା କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚୁ ବେହେରା, ବିନୋଦ ଦାସଙ୍କ ସମେତ ଅନେକ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହିଥିଲେ।