Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଡିଓ ଭାଇରାଲ:ମେଡମ୍ ନାହିଁତ ଚୁପଚାପ୍ ବସିବୁ

ସମ୍ବଲପୁର:ସମ୍ବଲପୁର ବିଧାନସଭା ଆସନକୁ ନେଇ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବିଜେଡି ସଂଗଠନ ସଂପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ଶୁଣିବାକୁ ପଡିଛି ରୋକଠୋକ୍ ଆବାଜ୍। ଏଭଳି କଡା ଜବାବ୍ ରେ ଶୁଣାଇଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ଡା.ରାସେଶ୍ବରୀ ପାଣିଗ୍ରାହୀଙ୍କ ଦୃଢ଼ ସମର୍ଥକ।ସେମାନେ କହିଛନ୍ତି ୨୦୨୪ ରେ ମେଡମ୍ ନାହିଁତ ଚୁପଚାପ୍ ଘରେ ବସିବୁ ଆମେ।ସେ ଥିଲେ ଦୁଃଖ ସୁଖର ସାଥି ତାଙ୍କ ବ୍ୟତିରେକେ ଆମେ ଆଉ କାହାକୁ ଗ୍ରହଣ କରିପାରିବୁ ନାହିଁ। ଏମିତି ଭାଇରାଲ ଭିଡିଓ ଆଜି ଏ ମୋବାଇଲରୁ ସେ ମୋବାଇଲକୁ ଦେଉଁଛି।ଯେଉଁଥିଲେ ଦଳର ପଦାଧିକାରୀ ମଧ୍ୟ ଥିବା ଦେଖିବାକୁ ମିଳିଛି।
ଲୋକସଭା ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ପ୍ରଣବ ପ୍ରଥମ ସମ୍ବଲପୁର ଗସ୍ତ କରିବା କାଳରେ ମା ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ ।ସେଠାରୁ ଜମାଦାରପାଲି ଏୟାରଷ୍ଟ୍ରିପକୁ ଯିବା ସମୟରେ ପୁର୍ବତନ ବିଧାୟିକା ଡା.ରାସେଶ୍ବରୀ ପାଣିଗ୍ରାହୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିବାକୁ ଯିବା ବେଳେ ସେଠାରେ ଉପସ୍ଥିତ ତାଙ୍କ ସମର୍ଥକ ଡାକ୍ତର ପାଣିଗ୍ରାହୀଙ୍କୁ ସମ୍ବଲପୁର ବିଧାନସଭା ଆସନ ଦେବାକୁ ଅନୁରୋଧ କରିବା କାଳରେ ଏଭଳି ମେଡମ୍ ନାହିଁତ ଆମେ ସବୁ ଚୁପ୍ ହୋଇ ବସିବୁ ବୋଲି ଚରମବାଣୀ ଶୁଣାଇଛ ନ୍ତି। ଏହି ସମୟରେ ଜିଲ୍ଲା ବିଜେଡି ସଭାପତି ତଥା ସମ୍ବଲପୁରର ଅନ୍ୟତମ ଆଶାୟୀ ଇଂ ରୋହୀତ ପୂଝାରୀଙ୍କ ସହ ଅନ୍ୟ କେତେକ ନେତୃ ସ୍ଥାନୀୟ ଉପସ୍ଥିତ ଥିବା କୁହାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ