Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା ବ୍ଲକ ସ୍ତରୀୟ କ୍ରୀଡ଼ା ମହୋତ୍ସବ ଓ ନିଶାମୁକ୍ତ ଅଭିଯାନ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଲେଇଗଡ଼ ଖେଳପଡ଼ିଆଠାରେ ‘ମେରା ଯୁବା ଭାରତ’ ପକ୍ଷରୁ ଆୟୋଜିତ ବ୍ଲକ ସ୍ତରୀୟ କ୍ରୀଡ଼ା ମହୋତ୍ସବକୁ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି। ଏହି ଅବସରରେ ଅନୁଷ୍ଠିତ ଓଜନିଆ ବସ୍ତା ବୋହି ଦୌଡ଼ରେ ଥୁଲେଶ୍ୱର ଷଣ୍ଢ ପ୍ରଥମ, ରଣବୀର ପଟେଲ ଓ ଓଁକାର ପେଣ୍ଠେଇ ଯୁଗ୍ମ ଦ୍ୱିତୀୟ; ମହିଳା ସାଇକେଲ ରେସ୍‌ରେ କରିବା ରଣା ପ୍ରଥମ, ତୁଲେଶ୍ୱରୀ ରାଉତ ଓ କବିତା କରସେଲ ଯୁଗ୍ମ ଦ୍ୱିତୀୟ; ମହିଳା ଦୌଡ଼ରେ ତୁଲେଶ୍ୱରୀ ରାଉତ ପ୍ରଥମ, ଆଲିସା ପେଣ୍ଠେଇ ଦ୍ୱିତୀୟ ଓ ସୌଦାମିନୀ ମେହେର ତୃତୀୟ ହୋଇଥିବା ବେଳେ ମହିଳା କବାଡ଼ିରେ କୁଟୁରାଚୁଆଁ କଲେଜ ବିଜେତା ଓ କୁଡ଼ପଦା ହାଇସ୍କୁଲ ଉପବିଜେତା ହୋଇ ପୁରସ୍କୃତ ହୋଇଛନ୍ତି ଏବଂ ଉଭୟ ମହିଳା ଓ ଯୁବ ବର୍ଗର ପ୍ରଦର୍ଶନୀ ଦୌଡ଼ି ଟଣା ପ୍ରତିଯୋଗିତା ବେଶ୍ ଆକର୍ଷଣୀୟ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ସ୍ୱେଚ୍ଛାସେବୀ ସରୋଜ ମେହେରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଶ୍ରୀ ନାୟକ ଯୁବବର୍ଗଙ୍କୁ ନିଶାମୁକ୍ତ କୁଚିଣ୍ଡା ବ୍ଲକ ଗଠନ ପାଇଁ ଶପଥ ପାଠ କରାଇଥିବା ବେଳେ ସମ୍ମାନିତ ଅତିଥି ଭାବେ କ୍ରୀଡ଼ା ଶିକ୍ଷକ ପ୍ରଦୀପ କୁମାର ପଟେଲ, ଅଧ୍ୟାପକ ସୁଧୀର ନାଏକ ଓ ବୀଣାପାଣି ଯୁବକ ସଂଘ ସଭାପତି ଧନେଶ୍ୱର କିଷାନ ଯୋଗଦେଇ ଯୁବ ସମାଜର କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ରୋଶନ କୁମାର ସାହୁ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶେଷରେ ମନ୍ଦାକିନୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସେଭେନ ଷ୍ଟାର କ୍ଲବର ସମ୍ପାଦକ ଭୂମିଲତା ମେହେର ଓ ଅନ୍ୟାନ୍ୟ ସଦସ୍ୟ-ସଦସ୍ୟା କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories