Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମେ 6 ରୁ ଆରମ୍ଭ ହେବ ରବି ଧାନ ସଂଗ୍ରହ ପ୍ରକ୍ରିୟା

ଅତାବିରା – ବରଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଗୁରୁବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରବି ଧାନ ସଂଗ୍ରହ ଉପରେ ଆଲୋଚନା ହୋଇ ବିଭିନ୍ନ ପ୍ରସ୍ତାବ ନିଆଯାଇଥିଲା। ଏଥର ଆସନ୍ତା ମେ ୬ ତାରିଖରୁ ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧୀନ ମଣ୍ଡିଗୁଡିକରୁ ଧାନ ସଂଗ୍ରହ ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।
ସେହିପରି ମେ’ ମାସ ୧୨ ତାରିଖ ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅଧୀନ ମଣ୍ଡିଗୁଡିକରେ ଧାନ କିଣାଯିବ। ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧୀନ ମଣ୍ଡିଗୁଡିକ ଚାଷୀଙ୍କ ସହିତ ଆଲୋଚନା କରି ପର୍ଯ୍ୟାୟ କ୍ରମେ ଖୋଲିବ ବୋଲି ସୂଚନା ଦିଆଯାଇଥିଲା। ଏଥର ୫୨ଟି ପ୍ରାଥମିକ କୃଷି ସମବାୟ ସମିତି ଏବଂ ୩୨ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ଯୋଗାଣ ନିଗମ ଧାନ କିଣିବ। କଷ୍ଟମ ମିଲିଂ ମାଧ୍ୟମରେ ଧାନ ଉଠାଇବା ପାଇଁ ଜିଲାର ୧୧୪ ରାଇସ୍‌ ମିଲର୍ସଙ୍କ ମଧ୍ୟରୁ ଯୋଗ୍ୟତା ଭିତ୍ତିରେ ମିଲର୍ସମାନଙ୍କୁ ଚୟନ କରାଯିବ ବୋଲି ବୈଠକରେ ସୂଚନା କୁହାଯାଇଛି।
ଧାନ ସଂଗ୍ରହ ପାଇଁ ଏଥର ଜିଲାରେ ୧୭୨ଟି ମଣ୍ଡି ସପ୍ତାହକୁ ୬ଦିନ ଖୋଲିବ ଏବଂ ସକାଳ ୬ଟାରୁ ଦିନ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଧାନ ସଂଗ୍ରହ କରାଯିବ। ଏଥର ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୨ହଜାର ୪୦ ଟଙ୍କା ଏବଂ ଗ୍ରେଡ- ଏ ଧାନ କୁଇଣ୍ଟାଲ ପ୍ରତି ୨ହଜାର ୬୦ ଟଙ୍କାରେ କିଣାଯାଇ ଚାଷୀଙ୍କୁ ପି-ପାସ୍‌ ମାଧ୍ୟମରେ ପ୍ରାପ୍ୟ ରାଶି ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଥିଲା।
ବୈଠକରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଏମ୍‌ପିଙ୍କ ପ୍ରତିନିଧି ସୁରେଶ୍ବର ଶତପଥି, ଏସ୍‌ପି ପି. ଏସ୍‌ ମିନାଙ୍କ ସମେତ ଅନ୍ୟ ପଦାଧିକାରୀ, ଚାଷୀ ଓ ମିଲର୍ସ ପ୍ରତିନିଧି ଉପସ୍ଥିତ ଥିଲେ। ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁରୁଖୁରୁରେ ଶେଷ କରିବାକୁ ଜିଲାପାଳ ବାନାର୍ଜୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ।