ଭୁବନେଶ୍ୱର: ଶନିବାର ବିଜେଡିକୁ ଲାଗିଛି ଆଉ ଏକ ଝଟକା । ଦଳ ଛାଡିଲେ କୋରେଇର ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ । ସେ ଆଜି ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫା ପତ୍ର ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି । ବିଜେଡି ଛାଡିବା ପରେ ଆକାଶଙ୍କ ବିଜେପିରେ ମିଶିବା ନେଇ କୁହାଯାଉଛି ।
ସେ କହିଛନ୍ତି ଆଜି ମୁଁ ମୋ ଅନ୍ତର ଆତ୍ମାର ସ୍ୱର ଶୁଣିଛି । ମୋର ସମ୍ମାନ ଓ କରୋଇ ଜନସାଧାରଣଙ୍କ ସ୍ୱାଭିମାନ ପାଇଁ ମୁଁ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି । ମୋର ଜୀବନ ସମାଜ ସେବା ଓ କରୋଇବାସୀଙ୍କ ସେବା ପାଇଁ ସମର୍ପିତ ରହିବ ।କୋରେଇବାସୀ, ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ଆଲୋଚନା କରି ଏବଂ ସେମାନଙ୍କ ପରାମର୍ଶକ୍ରମେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବି । ୨୦୧୯ରେ ବିନା କାରଣରେ ଟିକେଟ୍ କଟାଗଲା । ତଥାପି ପ୍ରତିବାଦ କରି ନ ଥିଲି । ବିଧାୟକ ନ ଥାଇ ୫ ବର୍ଷ ଧରି ଦଳ ପାଇଁ କଠିନ ପରିଶ୍ରମ କରିଛି । ଦଳ ବୋଧହୁଏ ମୋ ଗୁରୁତ୍ୱ ବୁଝି ପାରିଲା ନାହିଁ । କରୋଇବାସୀଙ୍କ ପରାମର୍ଶରେ ପରବର୍ତୀ ପଦକ୍ଷେପ ନେବି । ବିଜେପିରେ ସେ ମିଶିବାର ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ, ଆଜି କିଛି ସମୟ ପୂର୍ବରୁ ବିଜେଡି ଛାଡିଛନ୍ତି ଉତର ଭୁବନେଶ୍ୱର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ସେ ବିଜେଡି ଛାଡି ଆଜି ବିଜେପିରେ ମିଶିଛନ୍ତି ।