Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ବନ୍ଧୁତ୍ୱ ପୂର୍ଣ ପ୍ରତିଯୋଗିତା କୁଳପତି ଏକାଦଶ ସହ କୂଳ ସଚିବ ଏକାଦଶ କ୍ରିକେଟ ମ୍ୟାଚ୍ ।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଆଜି ଅପରାହ୍ନରେ ପିଜି ଗ୍ରାଉଣ୍ଡ ଠାରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଙ୍କ ପ୍ରଚେଷ୍ଟାରେ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଙ୍କ ମଧ୍ୟରେ ଶିକ୍ଷକ ଙ୍କୁ ନେଇ କୁଳପତି ଏକାଦଶ ସହ ଅଣ ଶିକ୍ଷକ କର୍ମଚାରୀ ଙ୍କୁ ନେଇ କୂଳସଚିବ ଏକାଦଶ ମଧ୍ୟରେ କ୍ରିକେଟ ମ୍ୟାଚ୍ ଆୟୋଜନ କରାଯାଇଥିଲା। କୁଳପତି ଏକାଦଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୨ ଓଭର ରେ ୪ ୱିକେଟ ହରାଇ ୧୨୩ ରନ କରିଥିଲା। ୨ୟ ବ୍ୟାଟିଂ କୁଳ ସଚିବ ଏକାଦଶ ୧୧.୪ ଓଭର ରେ ଅଲ ଆଉଟ୍ ହୋଇ ୪୯ ରନ କରି ପରାଜିତ ହୋଇଥିଲେ।କୁଳପତି ଏକାଦଶ ଦଳ ପକ୍ଷରୁ ଡ଼ଃ ଚନ୍ଦ୍ରିକା ପ୍ରସାଦ ଦାସ ୩ ବଲରେ ୧୩ ରନ କରି ୪ ୱିକେଟ ନେଇ ମ୍ୟାନ ଅଫ୍ ଦା ମ୍ୟାଚ୍ ଭାବେ ପୁରସ୍କୃତ ହୋଇଥିଲେ। ଏହି ବନ୍ଧୁତ୍ୱ ପୂର୍ଣ ମ୍ୟାଚ ରେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ , କୂଳ ସଚିବ ସଚ୍ଚିଦାନନ୍ଦ ନାୟକ,ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି,ସହ କୂଳ ସଚିବ ଡଃ ବାବୁଜୀ ସାମଲ ପ୍ରମୁଖ ଯୋଗ ଦେଇ କ୍ରୀଡାବିତ୍ ଙ୍କୁ ଉତ୍ସାହିତ କରିଥିଲେ। ଚଳିତ ମାସ ଶେଷ ରେ ଆୟୋଜିତ ହେବାକୁ ଥିବା କ୍ରୀଡା ଉତ୍ସବ ରେ ବିଜୟୀ ଦଳକୁ ପୁରସ୍କୃତ ପ୍ରଦାନ କରାଯିବ ବୋଲି କୁଳପତି କହିଛନ୍ତି। କୁଳପତି ଏକାଦଶ ଦଳ ରେ ଉପଦେଷ୍ଟା କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ, କୋଚ୍ କମ ମେନେଜର ଡ଼ଃ ସଦାନନ୍ଦ ନାୟକ, ଅଧିନାୟକ ଡ଼ଃ.ସତ୍ୟନାରାୟଣ ସାହୁ,ବିକାଶ ରଞ୍ଜନ ନାୟକ, ପ୍ରଫେସର୍ ଗଣେଶ ସେଠୀ,ଡ଼ଃ ରାମ କୃଷ୍ଣ ପାଣିଗ୍ରାହି,ଡ଼ଃ ଚନ୍ଦ୍ରିକା ପ୍ରସାଦ ଦାସ,ଡ଼ଃ ଅରବିନ୍ଦ ମହାନ୍ତି,ଡ଼ଃ ଶେଷ ଦେବ ପାତ୍ର,ଡ଼ଃ ପବିତ୍ର କୁମାର ଜେନା,ଡ଼ଃ ତପନ କୁମାର ସିଂ,ଡ଼ଃ କୁସ କୁମାର ନାୟକ, ଡ଼ଃ ନାରାୟଣ ସାହୁ ରହିଥିବା ବେଳେ କୂଳସଚିବ ଏକାଦଶ ଦଳ ରେ ଉପଦେଷ୍ଟା ଭାବେ କୂଳ ସଚିବ ସଚ୍ଚିଦାନନ୍ଦ ନାୟକ, କୋଚ୍ ଉପ କୂଳସଚିବ ଡ଼ଃ ବାବୁଜୀ ସାମଲ, ମେନେଜର ଡ଼ଃ ଜିତେନ୍ଦ୍ର କୁମାର ବେହେରା, ଅଧିନାୟକ ସହ କୂଳସଚିବ ଡ଼ଃ ସରୋଜ କୁମାର ଦାଶ,ମନୋଜ କୁମାର ଶତପଥୀ,ଆର୍.ସନ୍ତୋଷ ରେଡ଼ି, ମିତ୍ରଭାନୁ ମେହେର,ଅଭିମନ୍ୟୁ ପ୍ରଧାନ, ମୃତ୍ୟୁଞ୍ଜୟ ରାମଦାସ, ପୁନିତ୍ କୁମାର ପାତ୍ର, ଗଦାଧର ବେହେରା,ସରିପା ପ୍ରଧାନ, ପ୍ରଭାସ ନାୟକ,ଏମ୍. କୌଶିକ କୁମାର ରହିଥିଲେ। ଅମ୍ପିୟର ଭାବେ ଅନୁପ କୁମାର ଶୋଭା ସୁନ୍ଦର,ଅଜୟ କୁମାର ପ୍ରଧାନ,ସ୍କୋରର ଭାବେ ଅସୀମ ପ୍ରିୟଦର୍ଶନ ଓ ଅନୁରାଗ ନାୟକ ଦାୟିତ୍ବ ତୁଲାଇଥିଲେ।ଏହି ମ୍ୟାଚ୍ ରେ ଡ଼ଃ ଶଙ୍କର ମାଝୀ,ଡ଼ଃ ମିହିର କୁମାର ତ୍ରିପାଠୀ,ପ୍ରଫେସର ପୁଷ୍ପାଞ୍ଜଳି ସାମନ୍ତରାୟ , ଅଶୋକ କୁମାର ଖlଣ୍ଡା, ଡ଼ଃ ସସ୍ମିତା ବେହେରା, ଲିଟୁ ରଥ, ରାଜେଶ କୁମାର ମହାନ୍ତି, ରବି ଚରଣ ମିଶ୍ର ଙ୍କ ସମେତ ବହୁ ସଂଖ୍ୟକ ଅଧ୍ୟାପକ ଅଧ୍ୟାପିକା ଛାତ୍ର ଛାତ୍ରୀ କର୍ମଚାରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories