ବୀରମହାରାଜପୁର : (ସୌମିତ୍ରି ମେହେର )
ବହୁ ଦିନ ଧରି ପାନୀୟଜଳ ଯୋଗାଣ ବନ୍ଦ ରହିବା ଦ୍ବାରା ଡହକ ବିକଳ ହେଉଛନ୍ତି ଲୋକେ I ଦୀର୍ଘ 10 ଦିନ ଅପେକ୍ଷା କଲା ପରେ କୌଣସି ସୁଫଳ ନ ପାଇ ବାରୁ ଶେଷରେ ପ୍ରଶାସନ ର ଦ୍ୱାରସ୍ଥ ହେଲେ ଗ୍ରାମବାସୀ I ଏହିଭଳି ସମସ୍ୟା ଦେଖାଦେଇଛି 3 ହଜାର ରୁ ଉର୍ଦ୍ଧ୍ଵ ବସବାସ କରୁଥିବା କେନ୍ଦୁପାଲି ଗ୍ରାମରେ I ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଞ୍ଚାୟତ ର କେନ୍ଦୁପାଲି ଗ୍ରାମକୁ ବହୁ ବର୍ଷ ଧରି ନିକଟସ୍ଥ ବୁରୋଘାଟ ମହାନଦୀ ରୁ ପିଇବା ପାଣି ଯୋଗାଣ ହୋଇ ଆସୁ ଥିଲା ପ୍ରାୟ ଦୁଇ କି. ମି. ଦୂରରୁ I ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି I ବର୍ତ୍ତମାନ ଏ ଅଞ୍ଚଳରେ ତାପମାତ୍ରା 42 ଡିଗ୍ରୀ ଉପରେ I ପିଇବା ପାଣି ପାଇଁ ଗ୍ରାମବାସୀ ହନ୍ତସନ୍ତ ହେଉଥିବାବେଳେ ରହିଥିବା ନଳକୂପ ଗୁଡିକ ଅଚଳ ତଥା ବ୍ୟବହାର ଅନୁପଯୁକ୍ତ I ତେଣୁ ସ୍ନାନ ଶୌଚ ଏବଂ ପିଇବା ପାଣି ପାଇଁ 2 କି ମି ଦୂର ମହାନଦୀ ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳୁଛି I ଯଥାଶିଘ୍ର ପାନୀୟଜଳ ଯୋଗାଣ ପାଇଁ ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମିର୍ଦ୍ଧା ଏବଂ ସ୍ଥାନିୟ ଉପଜିଲ୍ଲାପାଳ ଙ୍କୁ ଶୁକ୍ରବାର କେନ୍ଦୁପାଲି ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ l ଅନ୍ୟଥା ଦୁଇଦିନ ମଧ୍ୟରେ କୌଣସି ପ୍ରତିକାର ନ ହେଲେ ରାଜରାସ୍ତା କୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ପୂର୍ବ ସରପଞ୍ଚ ବ୍ୟୋମକେଶ ପଣ୍ଡା I ଦାବିପତ୍ର ପ୍ରଦାନ ସମୟରେ ଶ୍ରୀ ପଣ୍ଡା ଙ୍କ ନେତୃତ୍ଵରେ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ I ସେମାନଙ୍କ ମଧ୍ୟରୁ ଗଙ୍ଗାଧର ମେହେର , ଜୟ କୃଷ୍ଣ ମେହେର , ଜଗଦୀଶ ମେହେର , ସୌମିତ୍ରି ମେହେର , ଦିନବନ୍ଧୁ ମେହେର , ମନୋଜ ମେହେର ବାଳ ମୁକୁନ୍ଦ ମେହେର , ସୁଦାମ ମେହେର , ଗୋପାଳ ମେହେର ଅନ୍ୟତମ I
କେନ୍ଦୁପାଲି ଗ୍ରାମକୁ ପାନୀୟ ଜଳ ଯୋଗାଣ ବନ୍ଦ ହେବାରୁ ବିଡିଓ ଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
