Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେସିଙ୍ଗା ବ୍ଲକରେ ବିଜେଡି ଓ ବିଜେପି କର୍ମକର୍ତ୍ତା ମାନେ କଂଗ୍ରେସରେ ସାମିଲ ହେଲେ

କଳାହାଣ୍ଡି, ୦୬/୦୪ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ କେସିଙ୍ଗା ର ଜିଲା ପରିଷଦ ଜୋନ୍ 2 ର ପୂର୍ବତନ ବିଜେଡି ଜିଲା ପରିଷଦ ସଦସ୍ଯ ପଦ୍ମିନୀ ଭୋଇ, କିକିଆ ପଞ୍ଚାୟତ ସରପଞ୍ଚ ନବୀନ ରଣା, ପଥରଲା ପଞ୍ଚାୟତ ନାଏବ ସରପଞ୍ଚ ଉପେନ୍ଦ୍ର ସାହୁ, କୁଣ୍ଡା ବନ୍ଧ ବିଜେପି ନେତା.ନେପାଳ ଚନ୍ଦ୍ର ସାହୁ, ଡକ୍ଟର ପୋଢ଼, ଗୋପୀ ମାଝୀ, ଟିମା ଭାଟି ପ୍ରମୁଖ ବିଜେପି ଓ ବିଜେଡି ଦଳ ରୁ ଇସ୍ତଫା ଦେଇ ଆଜି ସାଗର ଚରଣ ଦାସ ଙ୍କ ବାସ ଭବନ ରେ କଂଗ୍ରେସ ଦଳ ରେ ଯୋଗ ଦେଇଛନ୍ତି। କଂଗ୍ରେସ ଦଳ ରେ ଯୋଗ ଦେଇଥିବା ସମସ୍ତ ଙ୍କୁ ସଦର ବିଧାୟକ ପାର୍ଥି ତଥା କଂଗ୍ରେସ ର ଯୁବ ନେତା ସାଗର ଚରଣ ଦାସ କଂଗ୍ରେସ ଦଳ ର ଉତ୍ତରୀୟ ଦେଇ କଂଗ୍ରେସ ଦଳ ରେ ସାମିଲ କରିଥିଲେ. ସେମାନେ ପ୍ରତିକ୍ରିୟାରେ କହିଛନ୍ତି ବରିଷ୍ଠ ନେତା ଭକ୍ତ ଚରଣ ଦାସ ଓ ତାଙ୍କ ସୁ ପୁତ୍ର ସାଗର ଦାସ ଙ୍କ ନେତ୍ରୁତ୍ଵରେ ଅନୁପ୍ରାଣିତ ହୋଇ କଂଗ୍ରେସ ରେ ଯୋଗ ଦେଇଥିବା ପ୍ରକାଶ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ