Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ କୁ ପିଟିଲା ପିକଅପ ୨ଜଣ ଆହତ ଏବଂ ଜଣେ ମୃତ୍ୟୁ

କଳାହାଣ୍ଡି, ୦୬/୦୪ ଓଡ଼ିଶା ନ୍ୟୁଜ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କେସିଙ୍ଗା ଥାନା N.H. ୨୬ ରାସ୍ତାକଡ ସୁକନାଭଟ୍ଟା ଗାଆଁ ନିକଟରେ ଏକ ପିକ ଅପ ଓ ବଜାଜ କମ୍ପାନୀର ପଲସର କଳାରଙ୍ଗ ମୋଟର ସାଇକେଲ ନମ୍ବର (ଓଡ଼ି ୦୩ ଏମ ୯୭୩୪) ପଲସର ବାଇକ ମଧ୍ୟରେ ସାମ୍ନା ସୁମ୍ନି ଧକ୍କା ହେବା ଫଳରେ ବାଇକ୍ ରେ ବସିଥିବା କେସିଙ୍ଗା ଥାନା ବିଜଖମନ ଗାଆଁ ର ଶ୍ୟାମ କୁମାର(୫୦) ଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି ଦୁଇ ଜଣ ବାଇକ୍ ଆରୋହୀ ଙ୍କ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗାଡ଼ି ଦୁଇଟି କୁ ଜବତ କରି ପ୍ରାଥମିକ ତଦନ୍ତ ଚଳାଇଥିବା ବେଳେ ଆହତ ମାନଙ୍କୁ ପ୍ରଥମେ ଘଟଣା ସ୍ଥଳ ରୁ କେସିଙ୍ଗା ର ବରିଷ୍ଠ ସାମ୍ବାଦିକ ମହମ୍ମଦ ଆଗାଜାନ ଙ୍କ କାର ରେ କେସିଙ୍ଗା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣ ଆହତଙ୍କୁ ଜିଲ୍ଲା ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଥିବା ଶୁଣିବାକୁ ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ