Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେନିୟମ ଭାବେ ସିଜି ମାଳି ଖଣି ଖନନ ଏବଂ ସ୍ଥାନୀୟ ଅଧିବାସୀଙ୍କ ଅଧିକାର କୁ ଉଲ୍ଲଂଘନ

କଳାହାଣ୍ଡି, ୦୬/୦୪ ଓଡ଼ିଶା ନ୍ୟୁଜ (ଜଗନ୍ନାଥ ନାଏକ) : ବେଦାନ୍ତ ଲିମିଟେଡ୍ ଦ୍ଵାରା ସିଜି ମାଳି ବକ୍ସାଇଟ୍ ଖନନ ପ୍ରସ୍ତାବ ଭାରତ ସରକାରଙ୍କ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମଞ୍ଜୁର ପାଇଁ ଯୋଜନା ଚାଲିଛି ଏସ୍ ବି ଆଇ ଦ୍ଵାରା ନିର୍ବାଚନୀ ବଣ୍ଡ ର ଖୁଲାସା ଅନୁଯାୟୀ ରାଜନୈତିକ ଦଳ ଗୁଡ଼ିକର ସବୁଠାରୁ ବଡ ଦାତା ଅନୁଷ୍ଠାନ ବେଦାନ୍ତ ଲିମିଟେଡ ବିଜେପି କୁ 230.15 କୋଟି, କଂଗ୍ରେସ କୁ 125 କୋଟି, ବିଜେଡି କୁ 40 କୋଟି ଟଙ୍କା ଦାନ ଦେଇଛି. ଏହାକୁ ଦୃଷ୍ଟିରେ ରଖି ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ର ଅନୁମତି ପାଇବା ଦିଗରେ ପ୍ରସ୍ତାବ ଅଗ୍ରଗତି ହୋଇଛି. ଯାହା ସ୍ଥାନୀୟ ଆଦିବାସୀ ଓ ପାରମ୍ପରିକ ଜଙ୍ଗଲ ବାସୀ ଙ୍କ ଅଧିକାରକୁ ଉଲ୍ଲଂଘନ କରୁଛି ବୋଲି ବିଭିନ୍ନ ମାନବାଧିକାର ଓ ନାଗରିକ ଅଧିକାର ସଂଗଠନ ତରଫରୁ ଏକ ଅନୁସନ୍ଧାନୀ ଦଳ ଥୁଆମୂଳ ରାମପୁର ବ୍ଲକର 8 ଟି ଗ୍ରାମ ଓ କାଶିପୁର ବ୍ଳକ ର 10 ଟି ଗ୍ରାମ କୁ ଗ୍ରସ୍ତ କରି ସେଠାର ଗ୍ରାମବାସୀଙ୍କ ଠାରୁ ଅଭିଯୋଗ ଶୁଣିଥିଲେ. ସୂଚନା ଅଧିକାର ଆଇନ୍ ତଥ୍ଯ ସହ ଗ୍ରାମ ବାସୀଙ୍କ ଅଭିଯୋଗ ତାଳ ମେଳ ରହି ନାହିଁ. ବିନା ପଲ୍ଲୀ ସଭା ରେ ଖଣି ଟେକି ଦେବାର ଚକ୍ରାନ୍ତ କରୁଛନ୍ତି. ମିଥ୍ୟା ଦସ୍ତଖତ ରେ, ଏପରିକି ମୃତ୍ୟୁ ଏବଂ ଦାଦନ ଶ୍ରମିକ ଙ୍କ ର ଦସ୍ତଖତ ନେଇ ପଲ୍ଲୀ ସଭା କରି ସିଜି ମାଳି ଖଣି ଖନନ ପ୍ରସ୍ତାବ କୁ କର୍ପୋରେଟ ରାଜନୈତିକ ସମ୍ପର୍କ ଓ ଅସାଧୁ ମେଣ୍ଟ ର ଚକ୍ରାନ୍ତ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି. ଏହି ସମ୍ମିଳନୀରେ ପି ୟୁ ସି ଏଲ୍ ର ଐଶଚାଯ ରବି କୁମାର, ସିଏ ଏଫ ଏ ନରେନ୍ଦ୍ର ମହାନ୍ତି, ଡବଲ୍ସ ଏସ ଏସ ରୁ ସରର୍ଣା ନାୟକ ପ୍ରମୂଖ ସମିଳନୀରେ ଉପସ୍ଥିତ ଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ