Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାସ୍ତ୍ରୀଜୀ ମଡେଲ ସ୍କୁଲ ର ୧୧ତମ ବାର୍ଷିକୋତ୍ସବ

କଳାହାଣ୍ଡି ୦୬/୦୪ ଓଡ଼ିଶା ନ୍ୟୁଜ (ଜଗନ୍ନାଥ ନାଏକ) : ସଦର ଥାନା ନିକଟସ୍ଥ ଶାସ୍ତ୍ରୀଜୀ ମଡେଲ ସ୍କୁଲ ର ୧୧ ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି. ପ୍ରଥମ ଦିନରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଜ୍ଞାନ ମେଳା, ଗଣିତ ଘର, ସାହିତ୍ୟ ଘର, ଚିତ୍ର କଳା ଓ ହସ୍ତ ଶୀଳ୍ପି ପ୍ରଦର୍ଶନୀ ପ୍ରତିଯୋଗୀତା ଆୟୋଜିତ କରାଯାଇଥିଲା. ବିଜ୍ଞାନ ରେ ନରେନ୍ଦ୍ର ପ୍ରଧାନ ଓ ଡି ଦିବ୍ୟାନସ ସାହୁ, ଗଣିତ ରେ ଆରାଧ୍ୟ ଦାଶ, ସାହିତ୍ୟ ରେ ଅଂଶୁମାନ ଡାକୁଆ ଓ ମେଘନା ନାଗ,ହିନ୍ଦୀ ରେ ସାଦିଆ ନାଜ,ଓ ମିନାକ୍ଷୀ ନାୟକ, ଇଂରାଜୀ ରେ ପ୍ରାଚୀ ପରମିତା ନିଆଲ, ଚିତ୍ର କଳା ଓ ହସ୍ତ ଶିଳ୍ପୀ ରେ ଡି ହିତେଶ, ଆକାଂକ୍ଷା ସାହୁ,ଏ ବିଶ୍ଵାଳ,ସୁଜିତ୍ ଦାଶ, ସରୋଜ ମହାନନ୍ଦ ସାଦିଆ ନାଜ, ପ୍ରଥମ ସ୍ଥାନ ଅଧିକାର କରିଥିଲେ ଦିତୀୟ ଦିବସରେ ଶାସ୍ତ୍ରୀଜୀ ଶିକ୍ଷା ନିକେତନ ନିର୍ଦ୍ଦେଶକ ପରମାନନ୍ଦ ନନ୍ଦ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ପି ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଅଧକ୍ଷ ଭୀମସେନ୍ ପଣ୍ଡା, ମୁଖ୍ୟ ବକ୍ତା ଭାବେ ବରିଷ୍ଟ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର, ଏ ବି ଇ ଓ ଜଗଦୀଶ ମୁଣ୍ଡ, ଅବସର ପ୍ରାପ୍ତ ଶିକ୍ଷକ କଳ୍ପେଶ୍ଵର ପୁରୋହିତ, ଶିକ୍ଷକ ମଧୁ ସୁଦନ ପ୍ରଧାନ, ଟ୍ରଷ୍ଟୀ ଅଧ୍ଯକ୍ଷା ନିହାରିକା ପୁରୋହିତ, ସମ୍ପାଦକ ଆଶୁତୋଷ ମୁଣ୍ଡ, ଶିକ୍ଷୟତ୍ରୀ ସ୍ଵପ୍ନା ପ୍ରଧାନ ପ୍ରମୂଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ. ଅଧ୍ଯକ୍ଷ ମନ ମୋହନ ଦାଶ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପଠନ କରିଥିଲେ. ଶ୍ରେଷ୍ଟ କୃତୀ ଛାତ୍ରଛାତ୍ରୀ ଭାବେ ଆଶୁତୋଷ ଗଉଡ, ଶ୍ରେଷ୍ଟ କ୍ରୀଡାବିତ୍ ଛାତ୍ର ଭାବେ ଫକୀର ମୋହନ ଦଣ୍ଡସେନା, ଶ୍ରେଷ୍ଟ କୃତୀ ଛାତ୍ରୀ ଶୁଶ୍ରୀ ଆରଚିତ ନାଗ ଙ୍କୁ ପୁରସ୍କୃତ କରାଯାଇଥିଲା. ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା. ଶୁଶ୍ରୀ ଆଞ୍ଚଲ ପୁରୋହିତ ଜଣାଣ ନୃତ୍ୟ ପରିବେଷଣ କରିଥିଲେ. ସୁଶାନ୍ତ ମିଶ୍ର ବ୍ୟଙ୍ଗ କବିତା ଆବୃତ୍ତି କରିଥିଲେ. ଶୁଶ୍ରୀ ଧରିତ୍ରୀ ପ୍ରଧାନ, ମୋକ୍ଷତ୍ରୀ ପ୍ରଧାନ ଅନମୋଲ ମାଝୀ, ମେଘନା ନାଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ. ମଧୁସୂଦନ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ