Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ଼ରେ ଉପଖଣ୍ଡ ସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ 

କଳାହାଣ୍ଡି, ୦୭/୦୪ ଓଡ଼ିଶା ନ୍ୟୁଜ (ଜଗନ୍ନାଥ ନାଏକ) : ନିର୍ବାଚନ ପାଇଁ ତିନୋଟି ପ୍ରମୁଖ ଦଳପ୍ରାର୍ଥି ହେଲା ପରେ ସରିଲା କର୍ମୀଙ୍କ ମହଲରେ ଉତ୍କଣ୍ଠା ସୃଷ୍ଠି ହେବା ଦେଖିବାକୁ ମିଳୁଛି l ଏପଟେ ଗ୍ରୀଷ୍ମ ଋତୁର ପ୍ରଭାବ ସେପଟେ ନିର୍ବାଚନର ରାଜନୀତିକୁ ନେ଼ଇ ଉଷ୍ମତା ନିଜ ଦଳପାଇଁ ବଢ଼ିବାରେ ଲାଗିଛି। ଗ୍ରୀଷ୍ମ ଋତୁର ତାତି ରହିଥିଲେହେ ମଧ୍ୟ ରାଜନୀତିର ଉଷ୍ମତାରେ ନିଜଦଳର କର୍ମୀକୁ ଏକଜୁଟ କରିବାରେ ଅଣ୍ଟା ଭିଡ଼ିଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ କଂଗ୍ରେସ୍ ଦଳ ର ଧର୍ମଗଡ ନିର୍ବାଚନ ମଣ୍ଡଳୀର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ଼ର ଇଷ୍ଟ ଦେବୀ ମା ଭଣ୍ଡାର ଘରଣୀଙ୍କ ଠାରେ ସର୍ବପ୍ରଥମେ ପୂଜାଅର୍ଚନା କରି ପରେ ମାଁଙ୍କ ପୀଠଠାରୁ ବିଶାଳ ଶୋଭା ଯାତ୍ରାରେ ବାହାରି ଧର୍ମଗଡର ହୋଟେଲ ରୟାଲ ପ୍ଲେଶ୍ ପରିସରରେ ସଭାକାର୍ଯ୍ୟ ହୋଇଥିଲା।କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଧର୍ମଗଡ ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ରଶ୍ମିରେଖା ରାଉତ,ଜୁନାଗଡ଼ ବିଧାୟକ ପ୍ରlଥି ତୁଲେଶ୍ଵ ର ନାୟକ,କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀନି ଦ୍ରୋପଦୀ ମାଝି, ଯୁବସମାଜ ସେବୀ ପୁରୁଷୋତ୍ତମ ଗୁପ୍ତl , ରାଜ୍ୟ ସାଧାରଣ ସମ୍ପାଦକ ବେଣୁ ପାଣି ଦୁର୍ଗl ତଥା ଅନେକ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଆଗାମୀ ନିର୍ବାଚନରେ କିଭଳି ଭାବରେ ବିଯେଡି,ବିଜେପି ଦଳକୁ ପରାଜିତ କରି ବିଜୟ ଲାଭ କରିବ ଏବଂ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶୃତି କଂଗ୍ରେସର ନଅ ଗୋଟି ଗ୍ୟାରେଣ୍ଟିକୁ ନେଇ ଅଞ୍ଚଳର ଜନସାଧରଣଙ୍କୁ ବୁଝାଇ ଗଡକିପରି ଜିତିବ ସେ ବିଷୟରେ ଆଲୋଚନା ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ