କୋକସରା:୦୬/୦୪କୋକସରା ବ୍ଲକ ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ନୂତନ ଶିକ୍ଷା ବର୍ଷ ରେ ନାମ ଲେଖାଉଥିବା ଛାତ୍ରଛାତ୍ରୀ ଙ୍କୁ ନେଇ ଶନିବାର ବିଦ୍ୟାଳୟ ପ୍ରବେଶ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଅପ୍ରେଲ ୨ ତାରିଖ ଠାରୁ ପ୍ରବେଶ ଉତ୍ସଵ ଆରମ୍ଭ ହୋଇଥିବା ବେଳେ ଶନିବାର ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ ଙ୍କ ତତ୍ୱାବଧାନ ରେ ଲୋକଙ୍କୁ ସଚେତନ କରିବା ପାଇଁ ଛାତ୍ରଛାତ୍ରୀ ମାନେ ଏକ ରେଲି ରେ ବାହାରି ଶିକ୍ଷା ର ମହତ୍ଵ ବୁଝାଇବା ସହ ନାମ ଲେଖାଇ ଶିକ୍ଷା ଗ୍ରହଣ କରିବାକୁ ସଚେତନ କରିଥିଲେ। ଶିକ୍ଷା ଗ୍ରହଣ ପାଇଁ ନାମ ଲେଖାଇବାକୁ ଆସିଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିଲେ।କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକସୁରଜ ତାଣ୍ଡି, ଅମୂଲ୍ୟ ନାଏକ,।ଲିଜୟା ନନ୍ଦ ସାହୁ, ଦୟା ସାଙ୍ଗ ନାଏକ, ସୁରଜ ଗଣ୍ଡ,ବିଶ୍ବମ୍ବର ଧ. ମାଝୀ,ଲୋକନାଥ ରାଉତ, ପ୍ରଶାନ୍ତ କୁମାର ପଣ୍ଡା,ବିନିତ କୁମାର ମିଶ୍ର, ଲୋକନାଥ ସାହୁ,ସରୋଜ କୁମାର ପଡ଼ିହାରି,କିରାଣୀ ଭୁତରାମ ହଂସ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।
ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପ୍ରବେଶ ଉତ୍ସଵ ଅନୁଷ୍ଠିତ।
