ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଖଣ୍ଡହତା ପଞ୍ଚାୟତ ର ବଡବର୍ଡାକଟା ଗ୍ରାମରେ ନବ ନିର୍ମିତ ମା ‘ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ ହୋଇଯାଇଛି । ପୂର୍ବରୁ ଥିବା ମାହେଶ୍ୱରୀ ମନ୍ଦିର ବଦଳରେ ନୂତନ ଭାବେ ଏକ ଭବ୍ୟ ମନ୍ଦିର ନିର୍ମାଣ କରାହେବା ପରେ ଏହାର ପ୍ରତିଷ୍ଠା କରାଯାଇଛି। ଏହି ମନ୍ଦିର ପ୍ରତିଷ୍ଠା ମହୋତ୍ସବ ର ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଥିଲା। ମହୋତ୍ସବ କମିଟି ର ସଭାପତି ରତନ ନାଏକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳନା କମିଟି ର ସଦସ୍ୟ ଓ ଗ୍ରାମବାସୀ ଏହାର ପରିଚାଳନା କରିଥିଲେ। ମନ୍ଦିର ପ୍ରତିଷ୍ଠା ପାଇଁ ଅଙ୍କୁରା ରୋପଣ ଓ କଳସ ଯାତ୍ରା କରାଯାଇ ଜଳ ପୂର୍ଣ୍ଣ କଳସ କୁ ମନ୍ଦିର , ଯଜ୍ଞ ମଣ୍ଡପ ଓ ନାମ ମଣ୍ଡପ ରେ ସ୍ଥାପନ କରାଯାଇଥିଲା। ଏହି ଅବସର ରେ ପ୍ରତ୍ୟହ ସନ୍ଧ୍ୟାରେ ମୁକ୍ତାକାଶ ରଙ୍ଗ ମଞ୍ଚରେ ପରିବେଷଣ କରାଯାଇଥିଲା ମହିଷାସୁର ଦରବାର । ତିନିଦିନ ଧରି ହୋମ ଯଜ୍ଞ ହୋଇଥିଲା। ଏହା ସହିତ ପାରାୟଣ ଗାୟକ ବିଶ୍ଵ ରଞ୍ଜନ ପୁଝାରୀ ବ୍ୟାସ ଭାବେ ଯୋଗଦେଇ ଉତ୍ତରା କାଣ୍ଡ ପାରାୟଣ ଗାନ କରିଥିଲେ। ସୁଶ୍ରୀ ଦେବଜାନୀ ସାହୁ ବ୍ୟାସ ଭାବେ ଯୋଗଦେଇ ସୁନ୍ଦରାକାଣ୍ଡ ପଠନ କରିଥିଲେ । ମନ୍ଦିର ସ୍ନାନ ଓ ଅଷ୍ଟ ପ୍ରହର ନାମ ଯଜ୍ଞ ମଧ୍ୟ ହୋଇଥିଲା। ଏଥିରେ ଆଖ ପାଖ ର ପ୍ରାୟ ୧୩ ଟି ସଙ୍କୀର୍ତ୍ତନ ଦଳ ଅଂଶଗ୍ରହଣ କରି ସଙ୍କୀର୍ତ୍ତନ ପରିବେଷଣ କରିଥିଲେ । ମା ‘ ମାହେଶ୍ୱରୀ ଙ୍କ ନଗର ଭ୍ରମଣ କରାଯାଇ ପ୍ରତ୍ୟେକ ଙ୍କ ଘର ସମ୍ମୁଖରେ ପୂଜାର୍ଚ୍ଚନା କରାଯାଇଥିଲା। ଏହା ପରେ ମନ୍ଦିର ପ୍ରତିଷ୍ଠା ଓ ଦେବୀ ଙ୍କ ମନ୍ଦିର ପ୍ରବେଶ ହୋଇଥିଲା। ଏହି ଅବସର ରେ ପ୍ରତ୍ୟେକ ସନ୍ଧ୍ୟାରେ ହେଉଥିଲା ମହିଷାସୁର ଦରବାର ର ଲୀଳା ନାଟକ। ଏଥିରେ ଗୋପାଳ ଦାସ ମହିଷାସୁର ଭୂମିକାରେ ଅଭିନୟ କରିଥିଲେ। ପ୍ରତ୍ୟହ ସମସ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା। ମୁକ୍ତାକାଶ ରଙ୍ଗମଞ୍ଚ ରେ ପରିବେଷଣ ହେବାକୁ ଥିବା ମହିଷାସୁର ଦରବାର ଉକ୍ତ ମହୋତ୍ସବ ର ମୁଖ୍ୟ ଆକର୍ଷଣ ହୋଇଥିବା ବେଳେ ପ୍ରତ୍ୟେକ ସନ୍ଧ୍ୟାରେ ଦରବାର ରେ ବିଭିନ୍ନ ଜନ ପ୍ରତିନିଧି, ରାଜନେତା ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ଯୋଗଦେଇ ଥିଲେ। ଏହା ସହିତ ମଞ୍ଚରେ ସମ୍ବଲପୁରୀ, ଆଧୁନିକ,ଲୋକନୃତ୍ୟ ଓ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା। ଏହା ଦେଖିବାକୁ ପ୍ରତ୍ୟହ ଶତାଧିକ ଦର୍ଶକଙ୍କ ସମାଗମ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆୟୋଜକ ଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।
ବଡ଼ବର୍ଡlକଟl ରେ ଉଦଯାପିତ ହେଲା ମାହେଶ୍ଵରୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ
