ପାଞ୍ଚ ବାଲି ବୋଝେଇ ଟ୍ରାକ୍ତର ଜବତ 9 ଗିରଫ


ବେଲଗୁଣ୍ଠା, 14/04, ବେଆଇନ୍ ଭାବେ ବାଲି ଚୋରାଚାଲାଣ କରୁ୍ଥିବା ବେଳେ ବୁରପଲ୍ଲୀ ନିକଟରୁ ବେଲଗୁଣ୍ଠା ପୋଲିସ୍ ଆଜି ପାଞ୍ଚୋଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହ ନଅ ଜଣଙ୍କୁ ଗିରଫ କରିଛି I ଏନେଇ ଥାନାରେ ପାଞ୍ଚୋଟି ମାମଲା ରୁଜୁ ହୋଇଛି I ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ସୂଚନା ପ୍ରକାରେ ଥାନାରେ ରୁଜୁ ହୋଇଥିବା କେଶ୍ ନମ୍ବର୍ 157/23 ରେ ଇନ୍ଦ୍ରଗଡ଼ ଗ୍ରାମର କୁନା ସେଠୀ (44), ବିଜୟ ଲକ୍ଷ୍ମୀ ଶରଣପୁରର ଗୁରୁନାଥ୍ ନାଇକ (54) ଏବଂ ମଙ୍ଗଳପୁର ଗ୍ରାମର ବୀରସେନ ଗୌଡ଼ (31) ଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଟ୍ରାକ୍ଟର ଜବତ କରାଯାଇଛି I ସେହିପରି ଟ୍ରାକ୍ଟର ଜବତ ସହିତ ପୋଚାଲୁଣ୍ଡି ଗ୍ରାମର କୃଷ୍ଣଚନ୍ଦ୍ର ଡାଙ୍ଗୁଆ , ବସନ୍ତ ବିଷୋୟୀ (35) ଏବଂ ପ୍ରତାପ ପାତ୍ର (38) ଙ୍କୁ ଗିରଫ କରଯାଇ କେଶ୍ ନମ୍ବର୍ 157/23 ମାମଲା ରୁଜୁ କରାଯାଇଛି I ଅନ୍ୟ ଏକ ମାମଲାରେ ବୁରପଲ୍ଲୀ ଗ୍ରାମର ଜଗଦୀଶ ଗୌଡ଼ (35) କୁ ଗିରଫ କରି ତା ନିକଟରୁ ଟ୍ରାକ୍ଟର୍ ଜବତ କରିବା ସହିତ 158/23 ରେ ମାମଲା ରୁଜୁ କରିଛି ବେଲଗୁଣ୍ଠା ପୋଲିସ୍ I ସେହିପରି ଅନ୍ୟ ଏକ ମାମଲାରେ ଗେରେଡା ଗ୍ରାମର ରିଙ୍କୁ ପ୍ରଧାନ (25) ଏବଂ ମୁନା ଗୌଡ଼ (32) କୁ ଗିରଫ କରାଯାଇ ସେମାନଙ୍କ ନିକଟରୁ ଏକ ଟ୍ରାକ୍ଟର୍ ଜବତ କରାଯିବା ସହ କେଶ୍ ନମ୍ବର୍ 159/23 ରେ ଏକ ମାମଲା ରୁଜୁ କରାଯାଇଥିବା ବେଲଗୁଣ୍ଠା ପୋଲିସ୍ ସୂତ୍ରରୁ ପ୍ରକାଶ I