ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଏବଂ ଅଧ୍ୟକ୍ଷା ଶାନ୍ତି ଲୁହା ଙ୍କ ସମେତ 54 ଜଣ ବିଜୁ ଜନତା ଦଳରୁ ଗତ 8 ତାରିଖରେ ଇସ୍ତଫା ଦେଇଥିଲେ l ପରବର୍ତ୍ତି ସମୟରେ ବିଜେଡି ସଭାପତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଇସ୍ତଫା ପତ୍ର ଗ୍ରହଣ ନ କରିବାକୁ ଅନୁରୋଧ କରିଥିଲେ I ଏଥି ସହିତ ଦଳର ବିଭିନ୍ନ ପଦ ପଦବୀରେ ପୂର୍ବ ଭଳି ରହି କାର୍ଯ୍ୟ କରିବାକୁ ମଧ୍ୟ ଅନୁରୋଧ କରିଥିବା ଜଣାପଡିଛି I ଉକ୍ତ ନିବେଦନ କୁ ରକ୍ଷା କରି ଦଳରେ ପୂର୍ବଭଳି ରହି କାମ କରିବା ପାଇଁ ଦଳ ଅଧ୍ୟକ୍ଷ ନବୀନ ପଟ୍ଟନାୟକ ସମ୍ମତି ପ୍ରକାଶ କରିଥିଲେ l