Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଜଗଦଳପୁର ୟୁପି ସ୍କୁଲରେ ବିଦ୍ୟାର୍ଥୀ ଙ୍କୁ ପାଠ୍ୟ ଉପକରଣ ପ୍ରଦାନ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଏସ ବି ଆଇ ଏସ ସି ଏବଂ ଏସ ଟି କଲ୍ୟାଣ ପରିଷଦ ବ୍ରହ୍ମପୁର ଶାଖା ପକ୍ଷରୁ କମାପଲ୍ଲୀ ଗ୍ରାମରେ ଥିବା ଜଗଦଳପୁର ୟୁପି ସ୍କୁଲରେ ସମ୍ବିଧାନ ପ୍ରଣେତା ଡ଼ ବି ଆର ଆମ୍ବେଦକର ଜୟନ୍ତୀ ପାଳନ ସହ ସଭାର ଆୟୋଜନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଏସ ବି ଆଇ ଡି ଜି ଏମ ସନ୍ଦିପ କୁମାର ତେବେ ଯୋଗ ଦେଇ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ପ୍ରଥମରୁ ପଞ୍ଚମ ଆଦିବାସୀ ହରିଜନ ଓ ପଛୁଆବର୍ଗ ର ବିଦ୍ୟାର୍ଥୀ ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର‌‌ ପ୍ରଧାନ ଶିକ୍ଷୟିତ୍ରୀ ଲଳିତା ରଥ,ଏସ ବି ଆଇ ଏ ଜି ଏମ ମାନସ ଧୀର ସାମନ୍ତ,କଲ୍ୟାଣ ପରିଷଦ ସଭାପତି ଅସନ୍ତୁଳୁ ସେଠୀ, ସମ୍ପାଦକ ବୃନ୍ଦାବନ ସେଠୀ, ବିକାଶ ମଣ୍ଡଳ, ସୁଦର୍ଶନ ସେଠୀ ରମେଶ ବେହେରା, ରବିନ୍ଦ୍ର ବେହେରା,ଶିବ କୁମାର, ଅଭିମନ୍ୟୁ ବେହେରା,ଅଫିସର ସଂଘ ସଭାପତି ରବିନ୍ଦ୍ର କୁମାର ରଥ ପ୍ରମୁଖ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ