ଦଳୀୟ ଟିକେଟ ପାଇଲା ପରେ ପ୍ରାଥୀ ଙ୍କ ରୋଡ ସୋ ।


ଅସ୍ତରଙ୍ଗ ,,ଦଳୀୟ ଟିକେଟ ପାଇବା ପରେ ଜଗତସିଂହପୁର ସାଂସଦ ପ୍ରାଥି ରାଜଶ୍ରୀ ମଳିକ ଓ କାକଟପୁର ବିଧାନସଭା ପ୍ରାଥୀ ତୁଷାରକାନ୍ତି ବେହେରା ଙ୍କୁ ବିପୁଳ ଜନ ସମର୍ଥନ ମିଳିଥିବା ଦେଖିବାକୁ ମିଳିଛି । ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ଉନ ନାୟକ ଙ୍କ ନେତୃତ୍ବରେ ହଜାର ହଜାର ବି ଜେ ଡି କର୍ମୀ ବାଣ ଓ ବିଭିନ୍ନ ବାଦ୍ୟ ଯନ୍ତ୍ର ର ତାଳେ ତାଳେ , ନୟାହାଟ ର ଯୋଗେଶ୍ୱର ପୁର ଠାରୁ ବିରାଟ ରୋଡ ସୋ କରି କାକଟପୁର ଠାରେ ପହଞ୍ଚି ଥିଲେ । ସେଠାରେ ମା ମଙ୍ଗଳା ଙ୍କୁ ଦର୍ଶନ କରି ସାରିବା ପରେ ଅସ୍ତରଙ୍ଗ ରେ ଥିବା ବି ଜେ ଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା ରାଲି । ରାଲି ଆସିବା ସମୟରେ ରାସ୍ତା କଡ ଗୁଡିକରେ ଥିବା ଜନତା ମାନଙ୍କୁ ଶୁ ଶୋଭିତ ଗାଡ଼ିରେ ଛିଡ଼ାହୋଇ ପ୍ରାର୍ଥି, ମାନେ ଅଭିନନ୍ଦନ ଜଣାଉଥିବାର ଦେଖା ଯାଇଥିଲା । ଏହି ସବୁ କାର୍ଯ୍ୟକ୍ରମ ରେ ବି ଜେ ଡି ନେତା ଚମ୍ପକ ବାରିକ,ଭୀମସେନ ସ୍ବାଇଁ,ସରପଞ୍ଚ ଖୀର କାଣ୍ଡି,କୁଞ୍ଜ ବିହାରୀ ପ୍ରଧାନ ,ଙ୍କ ଭଳି ଦଳର ବହୁ ଟାଣୁଆ ନେତା ସାମିଲ ଥିବାର ଦେଖା ଯାଇଥିଲା ।