ରାଧୁ ସ୍ବାଇଁ ମୃତୁ ନେଇ , ମୃତକ ରାଧୁ ଦାୟୀ ।


ଅସ୍ତରଙ୍ଗ, ୨୭/୪- -ଅସ୍ତରଙ୍ଗ ବ୍ଲକ ଛୁରିଆନା ପଞ୍ଚାୟତ ଆଇଁସିଣିଆ ଗ୍ରାମର ବ୍ୟକ୍ତି ରାଧୁ ସ୍ୱାଇଁ ଗତ ୧୬ତାରିଖ ରାତ୍ର ୭ଘଟିକା ସମୟ ରେ ନିକଟରେ ଥିବା ଜଙ୍ଗଲ କୁ କାଠ କାଟିବାକୁ ଯାଇ ଘରକୁ ଫେରିନଥିଲେ । ହେଲେ ତା ପରଦିନ ୧୭ ତାରିଖ ସକାଳୁ ରାଧୁ ସ୍ୱାଇଁ ଙ୍କ କ୍ଷତ ବିକ୍ଷତ ରକ୍ତାକ୍ତ ମର ଶରୀର ସମୁଦ୍ରକୂଳ ରେ ଲାଗିଥିଲା । ଘଟଣା ସ୍ଥଳରେ ଅସ୍ତରଙ୍ଗ ପୋଲିସ, ଫରେନସିକ ଟିମ୍, ନିମାପଡା ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ଅନୁସାରେ ଉକ୍ତ ଗ୍ରାମ ର ଚିନ୍ମୟ କାଣ୍ଡି (୨୯), ମିଥୁନ କାଣ୍ଡି (୩୧), ଛବିନ୍ଦ୍ର କାଣ୍ଡି (୩୩), ପ୍ରଶାନ୍ତ କାଣ୍ଡି (୩୬),ନରେନ୍ଦ୍ର ସ୍ୱାଇଁ (୪୨), ଏବଂ ମୃତ ରାଧୁସ୍ୱାଇଁ ମିଶି ଜଙ୍ଗଲ ମଧ୍ୟ ରେ ହରିଣ ଓ ବାରହା ମାରିବାକୁ ବିଦ୍ୟୁତ ତାର ରେ ଫାସ ପକାଇଥିଲେ । ଫାସ ପକାଇବା ପରେ ରାଧୁ ସ୍ୱାଇଁ ଜଙ୍ଗଲ ଭିତରକୁ କାଠ ଆଣିବାକୁ ଯାଇଥିଲେ । ଯିବା ସମୟ ରେ ଫାସ ରେ ପଡି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଜୋରେ ଚିତ୍କାର କରିବା ଦ୍ବାରା, ଅନ୍ୟ ମାନେ ଆସି ଦେଖିବାରୁ ତାଙ୍କ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏହି ଘଟଣା ରେ ସେମାନେ ଭୟଭୀତ ହେବା ସହ ପ୍ରମାଣ ଲିଭାଇବା ପାଇଁ ତାଙ୍କୁ ସମୁଦ୍ର କୂଳ କୁ ନେଇ ପାଣିରେ ପଶି ଫିଙ୍ଗି ଦେଇଥିଲେ ଓ କାଠ କାଟିବା ପାଇଁ ନେଇଥିବା କୁରାଢି କି ମଧ୍ୟ ସମୁଦ୍ର କୂଳରେ ଫୋପାଡି ଦେଇ ଚାଲିଯାଇଥିଲେ । ଘଟଣା ଘଟିବା ପରେ ତା ପରଦିନ ରାଧୁ ସ୍ୱାଇଁ ଙ୍କ ପରିବାର ତରଫରୁ ଥାନା ରେ ଏତଲା ହୋଇଥିଲା । ପ୍ରଥମେ ପୋଲିସ ତରଫରୁ ୮୫/୨୪ କେଶ ନମ୍ବର ରେ ୩୦୨ ହତ୍ୟା ମାମଲା ୠଜୁ କୁ ଭିତ୍ତି କରି ଆଇଆଇସି ରାଜେଶ ବଳିୟାରସିଂ ଘଟଣା ର ଗଭୀରତମ ତଦନ୍ତ କରି ଆସାମୀ ମାନଙ୍କୁ ଗିରଫ କରିବାର ସକ୍ଷମ ହୋଇଥିଲେ । ଆସାମୀ ମାନଙ୍କ ପାଖରୁ ପ୍ରକୃତ ଘଟଣା ଉପଲବ୍ଧ ହେବା ସହ ଚିନ୍ମୟ କାଣ୍ଡି ଓ ନରେନ୍ଦ୍ର ସ୍ୱାଇଁ ଙ୍କ ପାଖରୁ ୨ ଟି ମୋବାଇଲ ଫୋନ ଓ ବ୍ୟବହୃତ ୪୦ମିଟର ବିଦ୍ୟୁତ ତାର ଜବତ କରାଯାଇଛି । ପରେ ଧାରା ୩୦୨କୁ ପରିବର୍ତ୍ତିତ କରାଯାଇ ଧାରା ୩୦୪/୨୦୧/୩୪ ରେ ଆସାମୀ ମାନଙ୍କୁ ଡାକ୍ତରୀ ପରୀକ୍ଷା କରାଯିବା ସହ ଶନିବାର ଦିନ ନିମାପଡ଼ା କୋର୍ଟ ଚାଲାଣ କରାଯାଇଛି l