Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନଏସି ଅଧ୍ୟକ୍ଷ ଦିନେଶ ବାବୁଙ୍କ ପିତା ବିୟୋଗ

ବରପାଲି:ବରପାଲି ବିଜ୍ଞାପିତ ଅଚଂଳ ପରିଷଦ ଅଧ୍ୟକ୍ଷ ଦିନେଶ ଗହିରଙ୍କ ପିତା ନାରାୟଣ ଗହିର(୬୮) ସ୍ବାସ୍ଥ୍ୟ ଜନିତ କାରଣରୁ ଗତ ରାତ୍ର ସମୟରେ ଦେହାନ୍ତ ହୋଇଯାଇଛି। ଶନିବାର ପୁର୍ବାହ୍ନରେ ବିଭିନ୍ନ ଦଳିୟ ରାଜନୈତିକ ନେତା ଓ କର୍ମିଙ୍କ ସମେତ ପାଖ ପଡିଶା ବନ୍ଧୁ ବାନ୍ଧବ ତଥା ସମ୍ପର୍କୀୟ ମାନେ ଦିନେଶ ବାବୁଙ୍କ ବାସଭବନରେ ପହଚିଂ ଭାବମୟ ଶ୍ରଦ୍ଧାଜଂଳୀ ଅର୍ପଣ କରିଥିଲେ। ଗତ କିଛି ଦିନ ପୁର୍ବରୁ ନାରାୟଣ ବାବୁଙ୍କ ସ୍ବାସ୍ଥ୍ୟରେ ଅବନତି ଦେଖା ଦେବାରୁ ଚିକିତ୍ସା ନିମନ୍ତେ ପ୍ରଥମେ ସମ୍ବଲପୁର ଓ ପରେ ଅବସ୍ଥା ଗୁରୁତର ଜଣାପଡିବାରୁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସା କାର୍ଯ୍ୟ ଜାରି ରହିଥିବା ବେଳେ ତାଙ୍କର ବିୟୋଗ ହୋଇଥିଲା। ନାରାୟଣ ବାବୁ ଜଣେ ନମ୍ର ଶାନ୍ତପ୍ରିୟ ଦରଦୀ ଉଚ୍ଚ ମାନବିୟ ଗୁଣର ଦରଦି ମଣିଷ ବୋଲି ଅଚଂଳରେ ବେଶ ଜଣାଶୁଣା ରହିଥିଲେ। ତାଙ୍କର ଅନ୍ୟତମ ସ୍ବଭାବ କହିଲେ ସମାଜସେବା ସହ ଧାର୍ମିକ ଭାବନା ଭାବରେ ବନ୍ଧା ହୋଇଥିଲେ ନାରାୟଣ ବାବୁ। ତାଙ୍କର ଅନ୍ତିମ ଯାତ୍ରାରେ ସ୍ଥାନିୟ ବିଶିଷ୍ଠ ବ୍ୟକ୍ତି, ଧର୍ମପ୍ରାଣ,ଓକିଲ, ରାଜନେତା,ସାମ୍ବାଦିକ ତଥା ବିଭିନ୍ନ ବର୍ଗର ବ୍ୟକ୍ତି ମାନେ ସାମିଲ ହୋଇଥିଲେ। ତାଙ୍କର ଦାହ ସଂସ୍କାର କାର୍ଯ୍ୟ ସ୍ଥାନୀୟ ବାରଖଣ୍ତିଆ ସ୍ମଶାନଘାଟରେ ସମାପନ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ