ବଳିଗଲା ଯାତ୍ରା:ଧର୍ମେନ୍ଦ୍ରଙ୍କ ପ୍ରାର୍ଥୀପତ୍ର ଦାଖଲ ସମୟରେ ମୋଦି ମହକରେ ସମ୍ବଲପୁର


ସମ୍ବଲପୁର,(ରାଜାରାମ ଷଡଙ୍ଗୀ): ଗ୍ରୀଷ୍ମର ପ୍ରକୋପ ଭିତରେ ସଂପର୍କର ସେତୁ ବାନ୍ଧିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଗତ କାଲି ବିଜେଡିର ପ୍ରଣବ ପ୍ରକାଶ ଦାଶ ଙ୍କ ପ୍ରାର୍ଥୀପତ୍ର ଦାଖଲ ସମୟରେ ଯେଉଁ ଜନ ସମାଗମ ଦେଖା ଦେଇଥିଲା ତାକୁ ଅତିକ୍ରମ କରିଛନ୍ତି ଧର୍ମେନ୍ଦ୍ରଙ୍କ ସମର୍ଥକ ଓ ଶୁଭେଚ୍ଛୁ।ସ୍ୱତଃ ପ୍ରବୃତ୍ତ ଭାବେ ଗ୍ରୀଷ୍ମ ପ୍ରବାହକୁ ଖାତିର ନକରି ଧର୍ମେନ୍ଦ୍ରଙ୍କ ନେତୃତ୍ୱ ଉପରେ ଯେଉଁ ସମର୍ଥନ ମିଳିଛି ତାହା ଏକ କିମ୍ବଦନ୍ତୀ ହୋଇ ରହିଯିବ।ସତ୍ୟର ଏ ବାସ୍ତବତାକୁ ଆଖିରେ ନଦେଖିଲେ କେହି ବି ଜାଣିପାରିବେନି।
ଆଜି ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ବିଜେପିର ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ମା ସମଲେଶ୍ୱରୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେବା ସମୟରୁ ଦୁଲୁକୁଛି ସମ୍ବଲପୁର ।ନାଚ,ଗୀତ,ଧ୍ୱଜା,ବାଣ କୌଣସିରେ କମ ପଡିନି।ଗେରୁଆ ପରିଧାନ ଯେମିତି ଆଚ୍ଛାଦିତ କରିରଖିଛି ସମ୍ବଲପୁର ସହରକୁ।ସେମିତି ଏକ ପରିବେଶ ତିଆରି ହୋଇଛି। ଧର୍ମେନ୍ଦ୍ର ସକାଳେ ସମଲେଶ୍ୱରୀ ମନ୍ଦିରରୁ ବାହାରି ଏକ ସାଂସ୍କୃତିକ ଶୋଭାଯାତ୍ରା ସହିତ ନେତୃମଣ୍ଡଳୀ ଓ ଜନସାଧାରଣ ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ସମୟରେ ଏକ ଯାତ୍ରାର ମାହୋଲ ତିଆରି ହୋଇଥିଲା।
ଆଗ୍ରହର ସହିତ ସମାଜର ବିଭିନ୍ନ ବର୍ଗର ଲୋକ ଭିତରେ ସମଗ୍ର ଓଡିଶାର ଜନ ସମର୍ଥନ ଯେମିତି ଅଜାଡି ହୋଇପଡିଥିଲା ସେଭଳି ଦୃଶ୍ୟ ଆଜି ଦୃଶ୍ୟମାନ ହୋଇଛି ସମ୍ବଲପୁର ଛାତିରେ।
ଶୋଭାଯାତ୍ରାଟି ରାମଜୀଗୁଡ଼ି, ବାଲିବନ୍ଧା, କୁଞ୍ଜେଲପଡା, ଝାଡୁଆପଡା, ନନ୍ଦପଡା, ଦଲେଇପଡା, ମୁନସିପାଲିଟି ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲା।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବଲପୁର ଲୋକସଭାର ପ୍ରାର୍ଥୀତ୍ୱ ଭାବେ ସମ୍ବଲପୁରବାସୀ ସ୍ୱାଗତ କରିଛନ୍ତି।ଏଭଳି ଦୃଶ୍ୟ ପ୍ରତିୟମାନ ହୋଇଛି।
ପ୍ରାର୍ଥୀତ୍ୱ ଘୋଷଣା ହେବା ଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ସବୁ ବର୍ଗର ଲୋକମାନଙ୍କୁ ଭେଟି ସେମାନଙ୍କ ଆଶୀର୍ବାଦ କାମନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱକୁ ସାକାର କରି ଅନେକ ଦକ୍ଷ, ଅନୁଭବି ବିଜେଡି ଏବଂ କଂଗ୍ରେସ ଦଳର ନେତା, ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ଯୁବନେତାମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ଶୋଭାଯାତ୍ରା ସମୟରେ।ଯାହା କେନ୍ଦ୍ରମନ୍ତ୍ରୀଙ୍କ ପରିଶ୍ରମ ଓ ସାଂଗଠନିକ କାର୍ଯ୍ୟ ଏବଂ ଦକ୍ଷତାକୁ ପ୍ରତିପାଦିତ କରୁଛି ବୋଲି କୁହାଯିବ।
ତୃଣମୂଳ ସ୍ତରରେ ନିଜର ଦୃଢ଼ ଦଖଲ ଓ ରାଜନୈତିକ ଦକ୍ଷତା ପାଇଁ ଜଣାଶୁଣା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧିତ୍ୱ ତାଙ୍କ ପ୍ରତି ବଢୁଥିବା ଲୋକପ୍ରିୟତା, ମୋଦୀ ଗ୍ୟାରେଣ୍ଟି, ମାଟିର ସୁଯୋଗ୍ୟ ସନ୍ତାନ ତଥା ପ୍ରଭାବଶାଳୀ ବ୍ୟକ୍ତିତ୍ୱ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀଙ୍କ ଆଧିପତ୍ୟକୁ ଅଧିକ ସୁଦୃଢ଼ କରିଥିବା ଆଲୋଚନାର ଖୋରାକ ଯୋଗାଇଛି ପ୍ରାର୍ଥିପତ୍ର ଦାଖଲ ଶୋଭାଯାତ୍ରା।ଏହି ଶୋଭାଯାତ୍ରାରେ ଆଠମଲ୍ଲିକ,ଛେଣ୍ଡିପଦା,ଦେବଗଡ,ରେଢାଖୋଲ,ରେଙ୍ଗାଲି,ସମ୍ବଲପୁର ଓ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ନେତା,କର୍ମୀ ଓ ଜନସାଧାରଣଙ୍କ ସହିତ ବରଗଡ, ସୁନ୍ଦରଗଡ, ବଲାଙ୍ଗିର ଭଳି ଲୋକସବଵା ନିର୍ବାଚନ ମଣ୍ଡଳୀରୁ ଲୋକଙ୍କ ଜନ ସମାଗମ ଚଳିତ ନିର୍ବାଚନକୁ ଭିନ୍ନ ବାର୍ତ୍ତା ଦେଉଛି।ପ୍ରାର୍ଥୀପତ୍ର ଦାଖଲ ପାଇଁ ଧର୍ମେନ୍ଦ୍ର ଙ୍କ ଜିଲ୍ଲାପାଳ କାର୍ଯ୍ଯାଳୟରେ ପହଞ୍ଚିବାରେ ଯେତିକି ବିଳମ୍ଭ ହେଉଛି ସହର ଭିତରକୁ ସେତିକି ସେତିକି ଜନ ସମାଗମ ହେଉଥିବା ଦେଖିବାକୁ ମିଳୁଛି।