Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଧୁସୂଦନ ନିର୍ମାଣ ମଜଦୂର ସଂଘର ଉଦଘାଟନୀ ଉତ୍ସବ

ବେଲଗୁଣ୍ଠା , 02/05, ଶ୍ରମିକ ଦିବସ ଅବସରରେ ମଧୁସୂଦନ ନିର୍ମାଣ ମଜଦୁର ସଙ୍ଘର ଉଦଘାଟନି ଉତ୍ସବ ଗୋବରା ଠାରେ ପାଳିତ ହୋଇଯାଇଅଛି l ଅନେକ ଦିନର ସାଙ୍ଗଠନିକ ପ୍ରସ୍ତୁତି ସହିତ ସଦ୍ୟ ପଞ୍ଜିକୃତ ହୋଇଥିବା ଉକ୍ତ ଶ୍ରମିକ ସଂଗଠନ ଶ୍ରମିକ ମାନଙ୍କ ନ୍ୟାର୍ଯ୍ୟ ଅଧିକାର, ସାମୁହିକ ସ୍ୱାର୍ଥ ଓ ରାଷ୍ଟ୍ର ଗଠନର ସହଭାଗିତା ଆଦି ବିଷୟ ବସ୍ତୁକୁ ଆଲୋଚନା ପୂର୍ବକ ଆଜିର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଉକ୍ତ ବୈଠକରେ ସଂଗଠନର ସଭାପତି ବାହାନ ବେହେରାଙ୍କ ସଭାପତିତ୍ୱରେ ମୂଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜିବି ସୋମନାଥ ନାୟକ, ମୁଖ୍ୟ ବକ୍ତା ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ସଭାପତି ସଚିନ ମହାପାତ୍ର, ଉପଦେଷ୍ଟା ଆଇନଜିବି ସନ୍ତୋଷ କୁମାର ଦାସଙ୍କ ସହ ସମ୍ମାନିତ ଅତିଥି ଭାବେ ଅଜିତ ପ୍ରସାଦ ଲେଙ୍କା, ସନ୍ତୋଷ କୁମାର ସ୍ୱାଇଁ,ରେସ୍ପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ସ୍ବସ୍ତି ସୁନ୍ଦର ସିଅ, ଲୁଲୁ ମହାପାତ୍ର, ଗୋପାଳ ଚନ୍ଦ୍ର ଲେଙ୍କା, ପିତାମ୍ବର ପରିଡା,ବୈଦ୍ୟନାଥ ତ୍ରିପାଠୀ, କୁନା ପରିଡା, ଘନଶ୍ୟାମ ମଳିକ, ଶଙ୍କର ନାୟକ, ସନାତନ ମହାନ୍ତି, ନାରାୟଣ ସ୍ୱାଇଁ, ରବୀନ୍ଦ୍ର ନାୟକ ପ୍ରମୁଖ ମଞ୍ଚାସିନ ହୋଇ ଶ୍ରମିକ ମାନଙ୍କ ନ୍ୟାର୍ଯ୍ୟ ଅଧିକାର ଓ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ବୋଲି ଅଭିମତ ରଖିଥିଲେ l ରାଷ୍ଟ୍ର ଗଠନରେ ଶ୍ରମିକ ଓ ମଜଦୁର ମାନଙ୍କ ତ୍ୟାଗ ଅତୁଳନୀୟ ବୋଲି ଆମନ୍ତ୍ରିତ ଅତିଥି ମତବ୍ୟକ୍ତ ରଖିଥିଲେ l ଶ୍ରମିକ ମାନଙ୍କ ସାମୁହିକ ସ୍ୱାର୍ଥ ଓ ନୀତିଗତ ଅଧିକାର ଉପରେ ଆଗାମୀ ଦିନରେ କାର୍ଯ୍ୟକ୍ରମ ଜାରି ରଖିବ ବୋଲି ସଂଗଠନ କାର୍ଯ୍ୟକର୍ତ୍ତା ମାନେ ନିଜ ନିଜ ର ମତାମତ ଦେଇଥିଲେ l ସମ୍ପୂର୍ଣ୍ଣ ସଭାକାର୍ଯ୍ୟକ୍ରମକୁ ସ୍ବସ୍ତି ସୁନ୍ଦର ସିଅ ପରିଚାଳନା କରିଥିଲେ,ମାଧବରିଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିଦେଶୀ ନାୟକ ଙ୍କ ତତ୍ୱାବଧାନରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କ ମନମୋହିଥିଲା, ସଂଗଠନର ସଦସ୍ୟ ରବି ବିଶ୍ୱାଳ, ସୀମାଦ୍ରୀ, ବିଜୁଳି, ଚନ୍ଦ୍ର, ନାରାୟଣ, ବିଜୟ ଦିଗାମ୍ବର, ଗୋଲକ, ଦୟାନିଧି, ପ୍ରଶାନ୍ତ, ଅରୁଣ ମହାପାତ୍ର ପ୍ରମୁଖ ଉତ୍କଣ୍ଠାର ସହ ସହଯୋଗ କରିଥିଲେ ଶେଷରେ ସମ୍ପାଦକ ଶଙ୍କର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ