Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଲ ଗାଁ ଠାରେ ବିଜେଡି ମହିଳା ସମାବେଶ ଅନୁଷ୍ଠିତ

ଭବାନୀପାଟଣା, ୦୩/୦୫ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତଥା ସଦର ବ୍ଲକ ର ମାଲ ଗାଁ ଠାରେ ବିଜେଡ଼ି ଦଳର ଏକ ମହିଳା ସମାବେଶ କାର୍ଯକ୍ରମ ଅନୁଷ୍ଟିତ ହୋଇଯାଇଛି। ସଦର ବ୍ଲକ ପୂର୍ବତନ ଅଧ୍ଯକ୍ଷା ତଥା ଜିଲା ବିଜେଡି ମହିଳା ସାଧାରଣ ସମ୍ପାଦିକା ଶ୍ରୀମତୀ ସରିତା ମହାଖୁଡ ଙ୍କ ନେତ୍ରୁତ୍ଵରେ ମାଲ ଗାଁ ପଞ୍ଚାୟତ ର 15 ଗୋଟି ୱାର୍ଡ ରୁ 100 ରୁ ଉର୍ଦ୍ଧ ମହିଳା କର୍ମୀ ଯୋଗ ଦେଇଥିଲେ। ଶ୍ରୀମତୀ ମହାଖୁଡ ଙ୍କ ନେତ୍ରୁତ୍ଵରେ ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀ ର ସଦର ବ୍ଲକ ର 3 ନମ୍ବର ଜିଲା ପରିଷଦ ଜୋନ ର 8 ଗୋଟି ପଞ୍ଚାୟତ ର କର୍ମୀ ସମ୍ମିଳନୀ ନିରନ୍ତରେ ଭାବେ କରି ଆସୁଛନ୍ତି। ଶ୍ରୀମତୀ ମହାଖୁଡ ଙ୍କ ଦ୍ଵାରା ଆୟୋଜିତ ମହିଳା ସମ୍ମିଳନୀ ରେ ପୂର୍ବତନ ବ୍ଲକ ଉପାଧକ୍ଷ ତଥା ବିଜେଡି ରାଜ୍ଯ ପରିଷଦ ସଦସ୍ୟ ସଚ୍ଚିଦାନନ୍ଦ ମହାଖୁଡ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପ ଲତା ନାୟକ, ବିଜେଡି ପଞ୍ଚାୟତ ସଭାପତି ଘାସିରାମ ରଣା ସମେତ ବହୁ ବରିଷ୍ଠ ସଭ୍ଯ ମାନେ ଉପସ୍ଥିତ ରହି ମହିଳା କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ. ଶ୍ରୀ ମହାଖୁଡ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକାର ର ଲୋକାଭିମୁଖୀ ଯୋଜନା ଓ ସଂଗଠନ ସମ୍ପର୍କରେ ଆଲୋଚନା କରି ନବୀନ ସରକାର ଙ୍କ ହାତ ମୁଠା କୁ ମଜବୁତ୍ କରିବାକୁ ସାଂସଦ ପାର୍ଥି ଲମ୍ବୋଦର ନିଆଲ ଓ ବିଧାୟକ ପାର୍ଥି ପ୍ରଦୀପ ଦିଶାରୀ ଙ୍କୁ ବହୁଳ ଭାବରେ ଶଙ୍ଖ ଚିହ୍ନ ରେ ଭୋଟ କରାଇବାରେ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ। ଶ୍ରୀମତି ମହାଖୁଡ କହିଥିଲେ ନବୀନ ପଟ୍ଟନାୟକ ଙ୍କୁ 6 ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଅନୁରୋଧ କରି ସାଂସଦ ଲମ୍ବୋଦର ନିଆଲ ଓ ପ୍ରଦୀପ ଦିଶାରୀ ଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେବା କୁ ଅନୁରୋଧ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories