ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ୩ ପ୍ରମୁଖ ଦଳ ପ୍ରାର୍ଥୀ ଙ୍କ ମାରାଥନ ପ୍ରଚାର ଜାରି।


କୋକସରା:୦୪/୦୫
ନିର୍ବାଚନ ପାଇଁ ଆଉ ମାତ୍ର ହାତ ଗଣତି ଦିନ ରହିଥିବା ବେଳେ ଦଲୀୟ ପ୍ରାର୍ଥୀ ଙ୍କ ପ୍ରଚାର ରେ ଫାଟି ପଡୁଛି ଗାଁ ଦାଣ୍ଡ। ଡିଜେ ଗୀତ ରେ ଦଲୀୟ ସରକାର ର ଜନ ହିତକର ଯୋଜନା ଓ ବିରୋଧୀ ଙ୍କୁ କଟାକ୍ଷ ବେଶ ଗୀତ ଭୋଟର ଙ୍କୁ ପ୍ରଚାର ର ଖୋରାକ ଯୋଗାଉଛି। ମୁଣ୍ଡଫଟା ପ୍ରବଳ ଖରା କୁ ଖାତିର ନକରି ଗାଁ ଗାଁ ରେ ଦିନ ରାତି ଜମୁଛି ପ୍ରାର୍ଥୀ ଙ୍କ ପ୍ରଚାର। ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଅଞ୍ଚଳ ଗସ୍ତ କରି ଦଲୀୟ ସରକାର ଙ୍କ ଲୋକାଭିମୁଖୀ ଯୋଜନା ଓ ବିକାଶ ର ପ୍ରତିଶ୍ରୁତି ଦେଇ ନିଜ ସପକ୍ଷରେ ଜନ ସମର୍ଥନ ଦେବାକୁ ଜନତା ଙ୍କୁ ଅନୁରୋଧ କରୁଛନ୍ତି ପ୍ରାର୍ଥୀ। ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ବିଜେପି ବିଧାୟକ ପ୍ରାର୍ଥୀ ସୁଧୀର ରଞ୍ଜନ ପାଟଯୋଶୀ,ବିଜେଡି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଓ କଂଗ୍ରେସ ରୁ ବିଧାୟିକା ପ୍ରାର୍ଥୀନି ରଶ୍ମିରେଖା ରାଉତ ଦଲୀୟ ସମର୍ଥକ ଙ୍କ ସହ ପ୍ରଚାର ଜୋରଦାର କରିଛନ୍ତି।ପ୍ରତିଦିନ ବିଭିନ୍ନ ଗ୍ରାମ ରେ ପହଞ୍ଚି ନିଜ ସରକାର ଙ୍କ ଲୋକାଭିମୁଖୀ ଯୋଜନା କୁ ନେଇ ପ୍ରଚାର କରୁଛନ୍ତି ତିନି ଦଳ ର ପ୍ରାର୍ଥୀ। ଆଗରେ ଡିଜେ ଗାଡି ପଛେ ପଛେ ନେତା ଓ ସମର୍ଥକ ଭୋଟ ଭିକ୍ଷା କରୁଛନ୍ତି। ବିଭିନ୍ନ ଗ୍ରାମ ରେ ମହିଳା ମାନେ ବନ୍ଧାପଣା କରି ଗ୍ରାମବାସୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ପାଛୋଟି ନେଉଛନ୍ତି।ନିର୍ବାଚନ ଇସ୍ତାହାରରେ ଦେଇଥିବା ବିକାଶ ର ପ୍ରତିଶ୍ରୁତି,ବିଜେପି ପ୍ରାର୍ଥୀ ସୁଧୀର ରଞ୍ଜନ ପାଟ୍ଟଯୋଶୀ ମୋଦି ଗ୍ୟାରେଣ୍ଟି କଥା କହୁଥିବା ବେଳେ ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ନବୀନ ଗ୍ୟାରେଣ୍ଟି ଓ କଂଗ୍ରେସ ପ୍ରାର୍ଥୀନି ରଶ୍ମିରେଖା ରାଉତ ୯ ଗ୍ୟାରେଣ୍ଟି ପ୍ରତିଶୃତି ଦେଇ ଭୋଟର ଙ୍କୁ ନିଜ ଦଳ ସପକ୍ଷରେ ମତଦାନ କରିବାକୁ ଅନୁରୋଧ କରୁଛନ୍ତି। ତେବେ ଜନମତ ଆଗକୁ କେଉଁ ଦଳ ସପକ୍ଷରେ ଯିବ ତାହା ନିର୍ବାଚନ ଗଣତି ପରେ ସ୍ପଷ୍ଟ ହେବ, ତେବେ ରାଜନୈତିକ ଉଷ୍ମତା ମଧ୍ୟରେ ପ୍ରଚାର ର ମଜା ନେଉଛନ୍ତି ସାଧାରଣ ଭୋଟର।