Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ପ୍ରେସ ଦିବସ ରେ ସାମ୍ବାଦିକ ଙ୍କ ବୈଠକ

ଅସ୍ତରଙ୍ଗ,୪/୫- ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ରେ ଅସ୍ତରଙ୍ଗ ଅଞ୍ଚଳ ଲଷ୍ମୀ କଲ୍ୟାଣମଣ୍ଡପ ରେ ଏକ ସାମ୍ବାଦିକ ଏକତା ମଞ୍ଚ ଅନୁଷ୍ଠିତ ହୋଇଛି । ବିଭିନ୍ନ ସମୟ ରେ ଗଣମାଧ୍ୟମ ଉପରେ ଜୁଲୁମ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତେଣୁ ଆଜି ର ଦୁନିଆ ରେ ସାମ୍ବାଦିକ ଙ୍କ ସ୍ୱାଧୀନତା କୁ ବାରମ୍ବାର ଅନେକ ପରିସ୍ଥିତି ରେ ଅଙ୍କୁଶ ଲଗାଯାଉଛି । ସାମ୍ବାଦିକତା ଏକ ନିଷ୍ଠା, ସେବା, ଏକ ଗଣତାନ୍ତ୍ରିକ ମୂଲ୍ୟବୋଧ ର ପରିଚୟ,ଦେଇ ସମାଜ ରେ ଘଟୁଥିବା ଅନେକ ଦୂର୍ନୀତି ର ପର୍ଦାଫାସ କରିବାରେ ସାମ୍ବାଦିକ ଜଣକ ଅନେକ ଚେଷ୍ଟା ଜାରୀ ରଖିଛି । କିନ୍ତୁ ବିଭିନ୍ନ ସମୟ ରେ ଅନେକ ଲୋକ ଙ୍କ ହିଂସା ର ଶିକାର ହେବା ସହିତ ଅନେକ ମିଥ୍ୟା ମାମଲା ରେ ମଧ୍ୟ ସାମ୍ବାଦିକ ଜଣକ ଫସିଯାଏ । ଅନେକ ସମୟ ରେ କିଛି କୁଚକ୍ରୀ ଗୋଷ୍ଠୀ ମିଥ୍ୟା ମାମଲା ସାମ୍ବାଦିକ ଉପରେ ଆଣିଥାନ୍ତି ଓ ତାର ମାନସିକ ଓ ଶାରୀରିକ ଅବସ୍ଥା ସହିତ ଜୁଲୁମ ମଧ୍ୟ କରିଥାନ୍ତି। ଅପ୍ରୀୟ ସତ୍ୟ କହି ଦୋଷୀ ମଧ୍ୟ ହୁଏ ଜଣେ ସାମ୍ବାଦିକ, କିନ୍ତୁ ଦୁର୍ଭାଗ୍ୟ ର କଥା ଆଜି ର ସମାଜ ରେ ସାମ୍ବାଦିକ ଙ୍କ ସୁରକ୍ଷା ଆମ ରାଜ୍ୟ ରେ ନ୍ୟୁନ ହୋଇଛି । ସେହିପରି ଅସ୍ତରଙ୍ଗ ଅଞ୍ଚଳ ରେ କିଛି ହାତଗଣତି ସାମ୍ବାଦିକ ବିଭାଗୀୟ ଅଧିକାରୀ ଙ୍କ ସହିତ ସାଲିସ କରି ଅନେକ ଫାଇଦା ଉଠାଇ ସାମ୍ବାଦିକ ଜଗତ ରେ ଏକ ପ୍ରକାର ନକରାତ୍ମକ ପରିବେଶ ସୃଷ୍ଟି କରିବାରେ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି । ଅନେକ ସମୟ ରେ ଅନେକ କାର୍ଯ୍ୟରତ ସାମ୍ବାଦିକ ଥାଇ କି ମଧ୍ୟ ସରକାରୀ କି ବେସରକାରୀ ସଂସ୍ଥା ରେ ହେଉଥିବା ଘଟଣା ସମ୍ପର୍କ ରେ କୌଣସି ସୂଚନା ଅବଗତ ହେଉନାହାନ୍ତି । ଯାହାକି ଫଳରେ ଅନେକ ସଂସ୍ଥା ରେ ଏ ବାବଦରେ କୌଣସି ଖବର ପ୍ରକାଶ ପାଇପାରୁନାହିଁ । ଅସ୍ତରଙ୍ଗ ଅଞ୍ଚଳ ରେ କିଛି ସାମ୍ବାଦିକ ନିଜକୁ ଅନେକ ଗଣମାଧ୍ୟମ ର ପ୍ରତିନିଧି ପରିଚୟ ଦେଇ ଅନେକ ସ୍ଥାନ ରେ ସାମ୍ବାଦିକ ପରିବେଶ କୁ ପ୍ରଦୂଷଣ କରିବାର ଅନେକ ପ୍ରମାଣ ହସ୍ତଗତ ହୋଇଛି । ଥାନା, ତହସିଲ, ବ୍ଲକ, ବୈଷୟିକ ବିଭାଗ, ସରକାରୀ ଓ ବେସରକାରୀ ବିଦ୍ୟାଳୟ, ମେଡିକାଲ ଅନେକ ଅନୁଷ୍ଠାନ ରେ ଅନେକ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଉପେକ୍ଷା କରାଯାଇଛି ।ଏହି ସବୁ ଘଟଣା କୁ ଉପଲବ୍ଧି କରି ଅସ୍ତରଙ୍ଗ ଅଞ୍ଚଳ ର ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ ଙ୍କ ସମେତ ନିରଞ୍ଜନ ଦାସ, ସଞ୍ଜୟ ପତି, ବିପିନ ବିହାରୀ ଦାସ, ଶରତ ଚନ୍ଦ୍ର ପରିଡା ଙ୍କ ମାର୍ଗଦର୍ଶିକା ରେ ଯୁବ ସାମ୍ବାଦିକ ଲୋକନାଥ ସ୍ୱାଇଁ, ଆର୍ଯ୍ୟ ବିଶ୍ୱାଳ, ସମୀର କର ଏକ ସାମ୍ବାଦିକ ଏକତା ମଞ୍ଚ ର ଆହ୍ୱାନ ଦେଇଥିଲେ । ଏହି ଏକତା ମଞ୍ଚ ରେ ଉପର ଲିଖିତ ବରିଷ୍ଠ ଓ ଯୁବ ସାମ୍ବାଦିକ ଙ୍କ ସହିତ ଅସ୍ତରଙ୍ଗ ଅଞ୍ଚଳ ଅନେକ ସାମ୍ବାଦିକ ଏକାଠି ହୋଇଥିଲେ । ସେମାନଙ୍କ ଭିତରେ ଆଦିତ୍ୟ ରାଉତ, ପ୍ରଶାନ୍ତ ଜେନା, ଆର୍ତ୍ତ ତ୍ରାଣ ମହାନ୍ତି, ଆଦିତ୍ୟ ବିଶ୍ୱାଳ, ତ୍ରିଲୋଚନ ବେହେରା, ସୁଧୀର କୁମାର କର, ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ସଭାପତି ବିଶ୍ୱରଞ୍ଜନ ବିଶ୍ୱଶ୍ରୀ,ବୃନ୍ଦାବନ ବିଶ୍ୱାଳ, ପ୍ରିୟବ୍ରତ ମୁଦୁଲୀ, ମନୋଜ ବିଶ୍ୱାଳ ଆଉ ଅନେକ ବୈଦ୍ୟୁତିକ,ଓ ଖବର କାଗଜ ସଂସ୍ଥା ର ସାମ୍ବାଦିକ ମାନେ ଉପସ୍ଥିତ ରହି, ଏକ ସୁସ୍ଥ ସମାଜ ଗଠନ ରେ ସାମ୍ବାଦିକ ଙ୍କ ଭୂମିକା ଉପରେ ଦୀର୍ଘ ସମୟ ଏକ ଆଲୋଚନା।କରିଥିଲେ । ସଭାଶେଷ ରେ ଅସ୍ତରଙ୍ଗ ଅଞ୍ଚଳ ର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ମିଳିତ ସାମ୍ବାଦିକ ଏକତା ମଞ୍ଚ ତରଫରୁ ଦାବିପତ୍ର ଦିଆଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଗଲା । ପରିଶେଷରେ ଧନ୍ୟବାଦ ଜ୍ଞାପନ କରାଯାଇ ସଭାସଙ୍ଗ କରାଗଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ