Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା କଂଗ୍ରେସ ପ୍ରାର୍ଥୀ କେଦାରନାଥ ବରିହାଙ୍କ ପ୍ରାର୍ଥୀ ପତ୍ର ଦାଖଲ, ଲୋକସଭା ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ ହେଲେ ସାମିଲ

ସମ୍ବଲପୁର(କୁଚିଣ୍ଡା): କଂଗ୍ରେସର କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ କେଦାର ନାଥ ବରିହା ଆଜି ସମଲେଇ ମନ୍ଦିର ଛକ ଠାରୁ ଏକ ଭଵ୍ୟ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଉପ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ଏହି ଶୋଭାଯାତ୍ରା ରେ କଂଗ୍ରେସ ର ସମ୍ବଲପୁର ଲୋକସଭା ପ୍ରାର୍ଥୀ ନଗେନ୍ଦ୍ର କୁମାର ପ୍ରଧାନ ସାମିଲ ରହିଥିଲେ I ସମଲେଇ ମନ୍ଦିର ଛକରୁ ବାରିଥିବା ଏହି ଶୋଭାଯାତ୍ରା ମନ୍ଦିର ଛକ, ପଞ୍ଚମୁଖୀ ଛକ ଦେଇ ସହର ପରିକ୍ରମା କରି ସ୍ଥାନୀୟ ଉପ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲା I ଏହି ଶୋଭାଯାତ୍ରା ରେ ଇଣ୍ଡିଆ ମେଣ୍ଟ ସମର୍ଥିତ ଆମ ଆଦମୀ ପାର୍ଟି ର ଶତାଧିକ କର୍ମକର୍ତ୍ତା ସାମିଲ ହୋଇଥିଲେ I କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ତଥା ବିଂଜ୍ଞାପିତ ଅଞ୍ଚଳ ପରିଷଦ ର ବିଭିନ୍ନ ୱାର୍ଡ ରୁ ହଜାର ହଜାର କଂଗ୍ରେସ କର୍ମୀ,ଦଳୀୟ ପଦାଧିକାରୀ,ଯୁବ ଓ ମହିଳା ଏକତ୍ରିତ ହୋଇରେ ସାମିଲ ହୋଇଥିଲେ I ପ୍ରାର୍ଥୀ କେଦାର ନାଥ ବରିହା ୨ ସେଟ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ନାମାଙ୍କନ ପତ୍ରରେ ପ୍ରସ୍ତାବକ ଭାବେ ଯୁବ କଂଗ୍ରେସ ନେତା ଭକ୍ତରାମ କୁମୁରା ଏବଂ ଜଗଦାନନ୍ଦ କୁମାର ରହିଛନ୍ତି । କେଦାରନାଥ ଙ୍କ ପ୍ରାର୍ଥୀ ପତ୍ର ଦାଖଲ ସମୟରେ ସମ୍ବଲପୁର ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ଜୟ ଶଙ୍କର ମିଶ୍ର, ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ତଥା ଜ଼ିଲ୍ଲା ଉପ ସଭାପତି ସୁବାସ ଚନ୍ଦ୍ର ବିଶ୍ୱାଳ,ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ସଂଜିତ ଶର୍ମା, ଅନ୍ୟତମ ସଦସ୍ୟ ଅଶୋକ ଦାନୀ, ଜ଼ିଲ୍ଲା କମିଟି ସାଧାରଣ ସମ୍ପାଦକ ସରୋଜ ପୂଜାରୀ, କୁଚିଣ୍ଡା ନଗର କଂଗ୍ରେସ କମିଟି ସଭାପତି ଅଖିଳ ପ୍ରତାପ ସିଂ, ଜ଼ିଲ୍ଲା ସମ୍ପାଦକ କିଶୋର କୁମାର ନାୟକ, ରବି ପରିଡା, ପୂର୍ବତନ ଜ଼ିଲ୍ଲା ପରିଷଦ ସଦସ୍ୟ ଖତୁନାଥ ପିଙ୍ଗ, ଦିଲୀପ ପଟେଲ, ବରିଷ୍ଟ କଂଗ୍ରେସ ନେତା ଡ଼. ଶରତ ଚନ୍ଦ୍ର ଗୌନ୍ତିଆ, ଜ଼ିଲ୍ଲା ଉପ ସଭାପତି ଆରତୀ ନାୟକ, ଜୟନ୍ତ ପ୍ରଧାନ, ଆମ ଅଦାମୀ ପାର୍ଟି ର କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ସଭାପତି ବିନୟ ତିର୍କୀ,ବ୍ଲକ ସଭାପତି ଇରାତ ନାଏକ, ମହିଳା ସଭାପତି ସନ୍ଧ୍ୟା ରାଣୀ ମନ୍ଦାର, ଯୁବ ସଭାପତି ଦେବାଶିଷ ଗଡ଼ନାୟକ, ସଙ୍ଗଠକ ରାଜକିଶୋର ଦେବତା ପ୍ରମୁଖ ଉପସ୍ଥିତ ଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ