Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାମୀ ବିଜେଡିର ସ୍ତ୍ରୀ ବିଜେପି, ଚର୍ଚାରେ ମାଲକାନଗିରି

ମାଲକାନଗିରି,(ରାଜାରାମ ଷଡଙ୍ଗୀ): ଶାସକ ଦଳ ବିଜେଡିର କ୍ଷମତାରେ ଅଛନ୍ତି ସ୍ୱାମୀ। ହେଲେ ସ୍ତ୍ରୀ ଡେଇଁଲେଣି ବିଜେପିକୁ।ଏମିତି ଏକ ରୋଚକ ଖବର ଏକାନରୁ ସେକାନକୁ ଯାଇ ଚର୍ଚାର ଖୋରାକ୍ ଯୋଗାଇଛି।
ବିଜେଡି ଦଳର ଜଣେ ବରିଷ୍ଟ ନେତା ତଥା ମାଲକାନଗିରି ପୌରପରିଷଦ ଅଧ୍ୟକ୍ଷ ଥିବା ବେଳେ ତାଙ୍କ ପତ୍ନୀ ବିଜେପି ଦଳରେ ସାମିଲ ହୋଇଛନ୍ତି।ଏହାକୁ ନେଇ ସମଗ୍ର ମାଲକାନଗିରି ଜିଲ୍ଲା କାହିଁକି ସାରା ଓଡିଶାରେ ଏହା ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଏମିତି ଘଟଣା ଘଟିଛି ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ।
ମାଲକାନଗିରି ପୌରପରିଷଦ ଅଧ୍ୟକ୍ଷ ତଥା ବିଜେଡି ଦଳର ବରିଷ୍ଠ ନେତା ମନୋଜ କୁମାର ବାରିକ(ଭାନୁ)ଙ୍କ ପତ୍ନୀ ଲଷ୍ମୀ ପ୍ରିୟା ବାରିକ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦର୍ଶ ଓ ନିତୀ ରେ ଅନୁପ୍ରାଣିତ ହୋଇ ବିଜେପି ଦଳରେ ସାମିଲ ହୋଇଥିବା କହିଛନ୍ତି। ଗତ ଦୁଇଦିନ ତଳେ ପୋଟେରୁ ହରିଚାନ୍ଦ ଆଶ୍ରମରେ ପଶ୍ଚିମ ବଙ୍ଗ ମତୁଆ ଧର୍ମଗୁରୁ ତଥା କେନ୍ଦ୍ର ମନ୍ତ୍ରୀ ସାନ୍ତନୁ ଠାକୁର ବିଜେପି ଦଳପାଇଁ ପ୍ରଚାର ରେ ଆସିଥିଲେ। ସେହି ସମୟରେ ବିଜେପିର ମିଶ୍ରଣ ପର୍ବ ହୋଇଥିଲା। କିଛି ବିଜେଡି, କଂଗ୍ରେସ କର୍ମୀ ଓ ନେତା ମାନେ ବିଜେପି ଦଳ ରେ ସାମିଲ ହୋଇଥିଲେ।ସେମାନଙ୍କ ମଧ୍ୟରୁ ମାଲକାନଗିରି ପୌରପରିଷଦ ଅଧ୍ୟକ୍ଷ ମନୋଜ ବାରିକଙ୍କ ସ୍ତ୍ରୀ ଲଷ୍ମୀ ପ୍ରିୟା ବାରିକ ବିଜେଡି ଦଳ ଓ ଶଙ୍ଖ ଛାଡି ପଦ୍ମ ଧରି ବିଜେପି ଦଳରେ ସାମିଲ ହୋଇ ଏବେ ବିଜେପି ଦଳ ପାଇଁ ପ୍ରଚାର କରୁଥିବାର ଜଣାପଡିଛି।ଏହି ମିଶ୍ରଣ ପର୍ବ ରେ ଜିଲ୍ଲା ବିଜେପି ସଭାପତି ନିମାଇଁ ଚନ୍ଦ୍ର ପାଲ, ମାଲକାନଗିରି ଆସନ ବିଜେପି ଦଳର ପ୍ରାର୍ଥୀ ନରସିଂହ ମାଡକାମୀ,ସଞ୍ଜୟ ସରକାରଙ୍କ ସହିତ ବହୁବିଜେପି ନେତା ମାନେ ଉପସ୍ଥିତ ଥିଲେ। ଏଭଳି ରୋଚକ ଖବର ଏବେ ମାଲକାନଗିରିରୁ ଓଡିଶାର କୋଣ ଅନୁକୋଣରେ ଚର୍ଚାର ବିଷୟ ସାଉଁଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ