Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନିଷି ଉପ ନିବନ୍ଧକ କାର୍ଯ୍ୟାଳୟ ହଳଦିଆପଦର୍ ବସ ଷ୍ଟାଣ୍ଡ କୁ ସ୍ଥାନାନ୍ତର କୁ ବିରୋଧ କଲା ଦଲିଲ ଲେଖାଳି ସଂଘ।

କନିଷି ଠାରେ ଥିବା ଉପ ନିବନ୍ଧକ ଙ୍କ କାର୍ଯାଳୟ କୁ ଆଜିଠାରୁ ହଳଦିଆପଦର ଠାରେ ଥିବା ବସଷ୍ଟାଣ୍ଡ ପରିସରକୁ ଅସ୍ଥାୟୀ ଭାବରେ ସ୍ଥାନାନ୍ତରିତ କରାଯାଇଥିବାରୁ ଏହାକୁ ଏଠାକାର ଦଲିଲ ଲେଖାଳି ସଂଘ ବିରୋଧ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୦୦୪ ମସିହାଠାରୁ କନିଷି ତହସିଲ କାର୍ଯ୍ୟାଳୟ କଡ଼ରେ ଥିବା ତହସିଲଦାର ଙ୍କ ଆବାସିକ କୋଠାରେ ଚାଲୁଥିବା ବେଳେ ଅଚାନକ ତହସିଲଦାର କାର୍ଯାଳୟ ସ୍ଥାନାନ୍ତରିତ ନେଇ ନୋଟିସ ବାହାର କରିବା ଏବଂ ଏହା ନେଇ ଦଲିଲ ଲେଖକ ସଂଘ କୁ ଅବଗତ କରାଯାଇନଥିବା ସଂଘ ଅଭିଯୋଗ କରିଛି।ଗତ ୧୩ ତାରିଖରେ କନିଷି ତହସିଲଦାର ତଥା ଉପନିବନ୍ଧକ ଙ୍କ ପକ୍ଷରୁ କାର୍ଯାଳୟ ନୋଟିସ ବୋର୍ଡରେ ଚିଠି ନମ୍ୱର୍ ୨୪୮ରେ ଏକ ନୋଟିସ ମରା ଯିବା ସହ ୧୫ ତାରିଖରୁ କାର୍ଯାଳୟ ହଳଦିଆପଦର ବସଷ୍ଟାଣ୍ଡ ଆଉ ସ୍ଥାନାନ୍ତରିତ ହେଉଥିବାରୁ ପଞ୍ଜିକରଣ କାର୍ଯ୍ୟ ବନ୍ଦ ରହିବ ବୋଲି ଉଲ୍ଲେଖ ରହିଥିଲା। ଏହାକୁ ବିରୋଧ କରାଯାଇ ସଂଘ ସଦସ୍ୟ ମାନେ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଏହା ନେଇ ଜିଲ୍ଲାପାଳ ସମେତ ରାଜସ୍ବ ମହାନିରୀକ୍ଷକ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ଏହା ନେଇ ଛତ୍ରପୁର ଠାରେ ଥିବା ଜିଲ୍ଲା ରେଜିଷ୍ଟ୍ରାର ଅଫିସର ବିଶ୍ବମ୍ବର ରଥ ଙ୍କୁ ସାକ୍ଷାତ କରି ଦାବି ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ତହସିଲଦାର ଙ୍କ ପକ୍ଷରୁ ଆଜି କାର୍ଯାଳୟ ସ୍ଥାନାନ୍ତରିତ ନେଇ ଜିଲ୍ଲା ରେଜିଷ୍ଟ୍ରାର ଅଫିସକୁ ଚିଠି କରାଯାଇଥିବା ବେଳେ ୧୩ ତାରିଖରେ କିପରି ସର୍ବସାଧାରଣ ନୋଟିସ ଜାରି କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟ ପଟେ କାର୍ଯାଳୟ ସ୍ଥାନାନ୍ତରିତ ନେଇ ପୂର୍ବରୁ ଵୁଦ୍ଧିଜୀବି, ଜନସାଧାରଣ ଓ ଦଲିଲ ଲେଖକଙ୍କ ସହ ଆଲୋଚନା ଓ ଆପୋଷ ବୁଝାମଣା ଓ ସର୍ବନିମ୍ନ ୧୫ ଦିନ ଆଗରୁ ନୋଟିସ ଜାରି କରିବା କଥା ଯାହା ଏହି ଘଟଣାରେ କରାଯାଇନାହିଁ ବୋଲି ସଂଘ ଅଭିଯୋଗ କରିଛି।ଏହା ସହ କାର୍ଯାଳୟ ସ୍ଥାନାନ୍ତରିତ ନେଇ ସର୍ବସାଧାରଣ ଅବଗତ ହେବାସହ ଦଲିଲ ଲେଖାଳି ମାନେ ମଧ୍ୟ ନୂତନ ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ପାଖରେ ନିଜ ନିଜର ସୁବିଧା ମୁତାବକ ଘର ଭଡ଼ା ନେଇ ନିଜର କାର୍ଯ୍ୟାଳୟ/ଚେମ୍ବର ଖୋଲି ପଞ୍ଜିକରଣ ପାଇଁ ଆସୁଥିବା କ୍ରେତା ଓ ବିକ୍ରେତାଙ୍କ ସୁବିଧା ଓ ଅସୁବିଧା ମେଣ୍ଟାଇ ପାରିଥାନ୍ତେ ବୋଲି ଲୋଖାଳି ମାନେ ମତପ୍ରକାଶ କରିଛନ୍ତି। । ଏହାବ୍ୟତୀତ ନିବନ୍ଧକ କାର୍ଯ୍ୟାଳୟ ତରଫରୁ ମଧ୍ୟ ଦଲିଲ ଲେଖକଙ୍କ ଦୈନନ୍ଦିନ କାର୍ଯ୍ୟରେ ବାଧା ନଉପୁଜିବା ଉଦ୍ଦେଶ୍ୟରେ କାର୍ଯ୍ୟାଳୟ ସ୍ଥଳରେ ଜାଗା ଓ ମୌଳିକ ସୁବିଧା ଯୋଗାଇଦେବର ଆବଶ୍ୟକତା ରହିଛି । ତେଣୁ ନୀତି ଓ ନୈତିକତା ଦୃଷ୍ଟିରୁ ତରବରିଆ ଭାବେ କାର୍ଯ୍ୟାଳୟ ସ୍ଥାନାନ୍ତରିତ ପ୍ରକିୟା ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଉ ଓ ସମସ୍ତ ପକ୍ଷଙ୍କ ସହିତ ଆପୋଷ ଆଲୋଚନା ଓ ବୁଝାମଣା କରି ଯେମିତି କାହାର କିଛି ଅସୁବିଧା ଓ କ୍ଷତି ନହେବ ତାହାକୁ ଗୁରୁତ୍ବ ଦେଇ ସ୍ଥାନାନ୍ତରିତ କରାଯାଉ ବୋଲି ଦାବି କରାଯାଇଛି। ବର୍ତ୍ତମାନ ସମୟରେ ନିବନ୍ଧକ ଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରିତ ନକରାଯାଇ ପାର୍ଶ୍ଵରେ ଥିବା କୌଣସି କାମରେ ଲାଗୁନଥିବା ଗ୍ରାମ୍ୟ ଉନ୍ନୟନ ବିଶ୍ରାମ କୋଠା କୁ ଅସ୍ଥାୟୀ ଭାବେ ସ୍ଥାନାନ୍ତରିତ କଲେ ଅଞ୍ଚଳର ଜନସାଧାରଣ ଅତି ସୁବିଧାରେ ପଞ୍ଜିକରଣ କାର୍ଯ୍ୟ ହୋଇ ପାରିବ ବୋଲି ଦାବୀ ପତ୍ର ପ୍ରଦାନ କରିଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories