Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣାରେ ବିଜେଡିର ବିଶାଳ ଜନ ସମାବେଶ : ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ

କଳାହାଣ୍ଡି,୦୬/୦୫-ଆଜି ବିଜେଡି ପକ୍ଷରୁ ଭବାନୀପାଟଣାସ୍ଥିତ ଶ୍ରୀକୃଷ୍ଣ ନଗରଠାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଦଳକୁ ପୁଣିଥରେ ଜିତାଇବା ପାଇଁ ନିବେଦନ କରିବା ସହିତ ଷଷ୍ଠଥର ପାଇଁ ବିଜେଡି ସରକାର ଗଠନ ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ବିଶାଳ ଜନସମାବେଶରେ ଫାଇଭ ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ମଧ୍ୟ ଉଦବୋଧନ ଦେଇଥିଲେ। ଦଳର ସାଧାରଣ ସଂପାଦକ ଭବାନୀଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଦଳ ତରଫରୁ ଭବାନୀପାଟଣା ବିଧାୟିକା ପ୍ରାର୍ଥୀ ଲଳିତା ନାଏକ, ନର୍ଲା ବିଧାୟିକା ପ୍ରାର୍ଥୀ ମନୋରମା ମହାନ୍ତି, ଲାଞ୍ଜିଗଡ଼ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀ, ଜୁନାଗଡ଼ ବିଧାୟକ ପ୍ରାର୍ଥୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସମେତ ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ପ୍ରମୁଖ ଉଦବୋଧନ ଦେବା ସହିତ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ବିଷୋଦଗାର କରିଥିଲେ । ସେହିପରି ଏଥର ନିର୍ବାଚନରେ ପୁଣିଥରେ ବିଜେଡି ତଥା ଶଙ୍ଖ ଚିହ୍ନ ଉପରେ ଆସ୍ଥା ପ୍ରକଟ କରି ଭୋଟ ଦେବାକୁ ନିବେଦନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ