Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଆଇନ ଚିଙ୍ଗୁଡ଼ିଘେରିରେ ବିଦ୍ୟୁତ ଆଘାତରେ ଆନ୍ଧ୍ରପ୍ରଦେଶ ର ଶ୍ରମିକ ମୃତ ।

ଗୋଳନ୍ଥରା ଥାନା ଅଧୀନସ୍ଥ ପାରାପେଣ୍ଠ ମେଣ୍ଡରାଜପୁର ରାସ୍ତାରେ ଥିବା ଏକ ବେଆଇନ ଚିଙ୍ଗୁଡ଼ିଘେରିରେ ଶ୍ରମିକ ଭାବେ କାମ କରୁଥିବା ଜଣେ ଆନ୍ଧ୍ରପ୍ରଦେଶ ଯୁବକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି l ମୃତ ଯୁବକ ଜଣକ ହେଲେ ଶ୍ରୀକାକୁଲମ ଜିଲ୍ଲା ଗରା ଥାନା ଅନ୍ତର୍ଗତ ଆରସୀୱାଲୀ ଗାଁର ଜି. ଶିବା (୨୦) ବର୍ଷ ବୋଲି ପୁଲିସ ସୂଚନା ଦେଇଛି l
ବେଆଇନ ଚିଙ୍ଗୁଡ଼ି ଘେରିରେ ଦୀର୍ଘ ବର୍ଷ ହେଲା ଶିବା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଶୁକ୍ରବାର ମଧ୍ୟାହ୍ନ ସମୟରେ ଘେରିକୁ ସଂଯୋଗ ହୋଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆଘାତ ଲାଗିଥିଲା l ସେଠାରେ ଉପସ୍ଥିତ ଥିବା କିଛି ଶ୍ରମିକ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନା ଭର୍ତ୍ତି କରିଥିଲେ l କିନ୍ତୁ ଡାକ୍ତର ସେଠାରେ ତାକୁ ମୃତ୍ୟୁ ଘୋଷଣା କରିଥିଲେ l ଏ ନେଇ ଗୋଳନ୍ଥରା ଥାନାରେ ମୃତ ଶିବାଙ୍କ ମା ଆରୀସି ତାଲ୍ଲୀ ଆଜି ସକାଳେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଥାନା କେଶ ନଂ ୨୦୦/୨୩ରେ ଏକ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଛେଦ କରି ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିଲେ। ଅନ୍ୟ ପଟେ ଚିକିଟି ରଙ୍ଗେଈଲୁଣ୍ଡା ବ୍ଲକ ଅଧୀନ ଉପକୂଳବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ର ବ୍ୟବସାୟୀ ଙ୍କ ଦ୍ଵାରା ଶହ ଶହ ବେଆଇନ ଚିଙ୍ଗୁଡ଼ି ଘେରି ଏକ୍ୟୁଆ କଲଚର ଏଥରଟି ଅଫ ଇଣ୍ଡିଆର ବିନା ଅନୁମତିରେ ଚାଲୁଥିବା ବେଳେ ପାଖରେ ଥିବା ଚାଷ ଜମି ଲୁଣିପାଣି ଦ୍ଵାରା ପ୍ରଭାବିତ ହୋଇ ଚାଷ ନଷ୍ଟ ହେବା ଏବଂ ଚିଙ୍ଗୁଡ଼ି ଖାଦ୍ୟରେ ବିଷାକ୍ତ କୀଟନାଶକ ବ୍ୟବହାର କରିବା ଦ୍ଵାରା ପରିବେଷ ପ୍ରଦୂଷିତ ହେବା ସହ ସରକାରୀ ନାଳକୁ ଦଖଲ କରି ମାଫିଆ ମାନେ ଡ୍ରେନ ଭାବେ ବ୍ୟବହାର କରୁ ଥିବା ବେଳେ ଜିଲ୍ଲା ପ୍ରଶାସନ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ବୋଲି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏନ. ଡମ୍ବରୁ ରେଡ୍ଡୀ ପ୍ରଶ୍ନ କରିବା ସହ ବେଆଇନ ଚିଙ୍ଗୁଡ଼ି ଘେରି ଉପରେ କାର୍ଯାନୁଷ୍ଠାନ ପାଇଁ ଶ୍ରୀ ରେଡ୍ଡୀ ଦାବୀ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ