Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଞ୍ଜନଦୀ କୂଳରେ ଝୁଲୁଛି ଯୁବକର ମୃତଶରିର

ବରପାଲି : ବରପାଲି ବ୍ଲକ କାଇଁଶିର ରାଞ୍ଜ ନଦୀ କୂଳରେ ମଙ୍ଗଳବାର ପୁର୍ବାହ୍ନରେ ୪୨ ବର୍ଷିୟ ଜୈନେକ ଯୁବକର କ୍ଷତାକ୍ତ ମୃତଶରିର ଏକ ଗଛରେ ଝୁଲାବସ୍ଥାରେ ଦେଖିବାକୁ ମଳିଛି। ଖବରପାଇ ବରପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଶରିରକୁ ଜବତ କରିଥିଲା। ଘଟଣାକୁ ନେଇ ମୃତକର ସ୍ଥିତି ଓ ପାରିପାଶ୍ବିକ ଅବସ୍ଥିକୁ ନଜର କଲେ ଆତ୍ମହତ୍ଯା ଜନିତ ଜଣାପଡୁଥିଲେ ସୁଦ୍ଧା ପରିବାର ଲୋକେ ଏହା ସମ୍ପୃର୍ଣ୍ଣ ହତ୍ଯାକାଣ୍ତ ବୋଲି ଦାବି କରିଛନ୍ତି। ମୃତକଙ୍କ ମୁହଁ ଓ ଗୋଡ ହାତରେ ଲାଗିଥିବା ଆଘାତ ଓ ରକ୍ତ ଚିହ୍ନକୁ ଦର୍ଶାଇ ପରିବାର ପକ୍ଷରୁ ପୋଲିସ ନିକଟରେ ଯୁକ୍ତି ଉଠାଇଥିଲେ। ଘଟଣାର ସ୍ବଷ୍ଟତା ଜଣାପଡିନଥିଲେ ମଧ୍ଯ ମୃତକ କାଇଁଶିର ଗ୍ରାମର ସଦାନନ୍ଦ ଭୋଇ ଜଣେ ଅଣ୍ତା ପାନଦୋକାନୀ ବୋଲି ପରିଚୟ ମିଳିଥିଲା। ପୋଲିସ ଘଟଣାର ଛାନଭିନ ସକାଶେ ସନ୍ଧାନୀ କୁକୁର ଏବଂ ସାଏଣ୍ଟିଫିକ ଦଳର ସହାୟତା ଲୋଡିଛି। ସୂଚନାନୁଯାୟୀ ଗତ ସଂଧ୍ଯା ସମୟରେ ସଦାନନ୍ଦ ନିଜ ଚାଷଜମିକୁ ପାଣି ମଡାଇବାକୁ ଯାଇ ଆଉ ଘରକୁ ଫେରିନଥିଲେ। ପରେ ପରିବାର ଲୋକେ ବହୁ ଖୋଜାଖୋଜି କଲାପରେ ଘଟଣ ସମ୍ପର୍କରେ ଅବଗତ ହୋଇ ପୋଲିସର ଦ୍ବାରସ୍ଥ ହୋଇଥିଲେ। ପୋଲିସ ଏକ ମାମଲା ରୁଜୁ କରିବା ସହ ପୁର୍ବରୁ ଘଟିଥିବା କଳହରେ ସମ୍ପୃକ୍ତ କିଛି ଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ