Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବେଲଗୁଣ୍ଠାରେ ସେର୍ଚ୍ଛାକୃତ ରକ୍ତଦାନ ପାଇଁ ପସ୍ତୁତି ବୈଠକ

ବେଲଗୁଣ୍ଠା-୭/୪- ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି ।ପ୍ରତି ବ୍ଳଡ୍ ବ୍ୟାଙ୍କରେ ବ୍ୟାପକ ରକ୍ତର ଅଭାବ ଲକ୍ଷ୍ୟ କରାଯାଇଛି । ରୋଗୀଙ୍କ ସଂଖ୍ୟା ତୁଳନାରେ ସଂଗୃହିତ ରକ୍ତ ର ପରିମାଣ ବହୁତ କମ୍ ଥିବାରୁ ରୋଗୀମାନଙ୍କୁ ରକ୍ତ ମିଳିପାରୁନାହିଁ ।ଏହାକୁ ଆଖି ଆଗରେ ରଖି ଆସନ୍ତା ୧୨ ତାରିଖରେ ବେଲଗୁଣ୍ଠା ବଣିକ ସଙ୍ଘ କାର୍ଯ୍ୟାଳୟରେ ସମ୍ବାଦ ଆମ ଓଡ଼ିଶା -ୟୁନାଇଟେଡ୍ କ୍ଳବ ୯୯ ଓ ବଣିକ ସଙ୍ଘ ବେଲଗୁଣ୍ଠାର ସହଭାଗିତାରେ ଏକ ରକ୍ତ ଦାନ ଶିବିର ଆୟୋଜନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ମାଁ ବ୍ରାହ୍ମଣ ଦେବୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଅଛି । କ୍ଳବ୍ ୯୯ ସଭାପତି ନୀରଞ୍ଜନ ପତିଙ୍କ ସଭାପତିତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସମ୍ବାଦ ପ୍ରତିନିଧିଙ୍କ ତଥା ପ୍ରେସ୍ କ୍ଳବ ବେଲଗୁଣ୍ଠା ସଭାପତି ପ୍ରଦ୍ୟୁମ୍ନ ପାତ୍ର ଯୋଗ ଦେଇ ଏହି ଶିବିରର ସଫଳ ରୂପାୟନ ନେଇ ବିସ୍ତୃତ ଆଲୋଚନା କରିଥିଲେ । କିପରି ନୂତନ ରକ୍ତ ଦାତା ସୃଷ୍ଟି ହେବେ ସେଥିପ୍ରତି ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ ।ତତ୍ ସହିତ ରକ୍ତ ଦାନ ଶିବିରର ପ୍ରାକ୍ ପ୍ରସ୍ତୁତି ପାଇଁ ଦାୟିତ୍ୱ ବଣ୍ଟନ କରାଯାଇଥିଲା । କ୍ଳବ୍ ୯୯ର ପାଇଁ ସମସ୍ତ ସଦସ୍ୟ ପ୍ରତ୍ୟେକ ୩ ୟୁନିଟ୍ ଟି ଲେଖାଏଁ ରକ୍ତ ସଂଗ୍ରହ କରିବା ଓ ଯୁବ ପୀଢ଼ି ଙ୍କ ମଧ୍ୟରେ ରକ୍ତଦାନର ଆଗ୍ରହ ସୃଷ୍ଟି କରିବା ପାଇଁ ନିଷ୍ପତି ନିଆଯାଇଥିଲା । ରକ୍ତଦାନ-ମହତ ଦାନ ଆଧାରରେ ବ୍ୟାପକ ସଚେତନତା ସୃଷ୍ଟି କରି ଅଧିକ ପରିମାଣରେ ରକ୍ତ ସଂଗ୍ରହ କରିବା ପାଇଁ ଗୁରୁତ୍ବ ଦିଆଯାଇଥିଲା ।ବେଲଗୁଣ୍ଠା ବଣିକ ସଂଘ ସଭାପତି ସନ୍ନତ କୁମାର ସୁବୁଦ୍ଧି ବଣିକ ସଂଘ ତରଫରୁ ମଧ୍ୟ ସମସ୍ତ ସହଯୋଗ ଯୋଗାଇଦେବା ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କ୍ଳବ ୯୯ କୋଷାଧ୍ୟକ୍ଷ ଅକ୍ଷୟ କୁମାର ଜେନା ଓ ପୃଥିବୀ ରାଜ ରାଉତ, ପୁର୍ବତନ ସଭାପତି ଅଶ୍ୱିନୀ କୁମାର ମହାନ୍ତି, ପୁର୍ବତନ ସମ୍ପାଦକ ମଧୂସୁଦନ ଦାସ, ପୁର୍ବତନ ଉପ ସଭାପତି କାଶିନାଥ ସାହୁ, ଭକ୍ତ ବନ୍ଧୁ ପରିଡା,ସହ-ସମ୍ପାଦକ ଅରବିନ୍ଦ ପାତ୍ର, ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଫଟୋ