କୋରାପୁଟ ଲୋକସଭା କ୍ଷେତ୍ରରେ ପ୍ରତିଦ୍ବନ୍ଦିତା କରୁଥିବା ସ୍ୱାଧିନ ପ୍ରାଥି ଙ୍କ ସାମ୍ବାଦିକ ସମ୍ମିଳନୀ


ପଟ୍ଟାଙ୍ଗି୦୮/୦୫ଲୋକସଭା ଏବଂ ବିଧାନସଭା ନିର୍ବାଚନ କୁ ଆଉ ଅଳ୍ପ କିଛି ଦିନ ରହିଥିବା ବେଳେ ଏହିପରି ସ୍ଥିତିରେ ନିର୍ବାଚନ ମଣ୍ଡଳୀ ର ସହରାଞ୍ଚଳରୁ ଆରମ୍ଭ କରି ଦଳୀୟ ପ୍ରାଥି ମାନେ ଗ୍ରାମାଞ୍ଚଳରେ ପହଞ୍ଚି ପ୍ରଚାର ପ୍ରସାର କୁ ଜୋରଦାର କରିଥିବା ବେଳେ ଜଣେ ସ୍ୱାଧିନ ପ୍ରାଥି ବ୍ଲକ ସ୍ତରରେ ସାମ୍ବାଦିକ ସମ୍ମିଳନୀ କରିବା ଅନେକ କିଛି ଦର୍ଶାଉଛି । ସୂଚନା ମୁତାବକ କୋରାପୁଟ ଲୋକସଭା କ୍ଷେତ୍ରରେ ତିନି ମୁଖ୍ୟ ରାଜନୈତିକ ଦଳ ଯଥା କଂଗ୍ରେସ , ବିଜେପି ଓ ବିଜେଡି ପ୍ରମୁଖ ପ୍ରାଥି ଙ୍କ ସହ କୋରାପୁଟ ଜିଲ୍ଲା ଶେମିଳିଗୁଡା ବ୍ଲକ ଅଧିନସ୍ଥ ଦଳେଇଗୁଡା ପଞ୍ଚାୟତ ମୁଙ୍ଗନାଗୁଡା ର ଜଣେ ଚାଷୀ ପରିବାର ରୁ ଉଚ୍ଚ ଶିକ୍ଷିତ ହୋଇ ବାହାରିଥିବା ଲାସୁ ହନ୍ତାଳ ନିର୍ବାଚନ ମଇଦାନ କୁ ଓହ୍ଲାଇ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସ୍ଥିତ ମିଡିଆ ସେଣ୍ଟର ରେ ସାମ୍ବାଦିକ ସମ୍ମିଳନୀ କରି ଶିକ୍ଷା , ସ୍ୱାସ୍ଥ୍ୟ , କୃଷି ଓ ଗମନାଗମନ କୁ ଗୁରୁତ୍ୱ ଦେଇ ଦଳୀୟ ପ୍ରାଥି ଙ୍କୁ ସମାଲୋଚନା କରିଛନ୍ତି । ଯାହାକି ଉପରୋକ୍ତ ସମସ୍ୟା ଗୁଡ଼ିକ ସଂସଦୀୟ କ୍ଷେତ୍ରରେ ମୁଖ୍ୟ ସମସ୍ୟା ହୋଇ ରହିଥିଲେ ମଧ୍ୟ ଏଥିରେ କୈଣସି ଦଳୀୟ ନିର୍ବାଚିତ ପ୍ରାଥି ଦୃଷ୍ଟି ଦେବାତ ଦୂରର କଥା ଆନ୍ତରିକତା ମଧ୍ୟ ଦେଖାଇ ନାହାଁନ୍ତି । ଯେଉଁଥିପାଇଁ କି କୋରାପୁଟ ଲୋକସଭା କ୍ଷେତ୍ରରେ ଥରେ ସୁଜଗ ଦିଆଯାଉ ମୁଁ ଉପରୋକ୍ତ ସମସ୍ୟା ଗୁଡିକୁ ମୁଖ୍ୟ ସମସ୍ୟା ଭାବେ ମୋ ଦୃଷ୍ଟିରେ ରଖିଥିବା ସହ ନିର୍ବାଚିତ ହୋଇ ଆସିଲେ ଉକ୍ତ ସମସ୍ୟା ର ସମାଧାନ ପାଇଁ ଲଢେ଼ଇ କରିବି ବୋଲି ଉକ୍ତ ସମ୍ମିଳନୀରେ ମତପ୍ରକାଶ କରିଥିଲେ । ଏଥିସହିତ ସରକାରୀ ସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ଅର୍ଥ କିପରି କୋରାପୁଟ ଲୋକସଭା କ୍ଷେତ୍ରର ର ସମସ୍ତ ଗ୍ରାମ ଓ ପରିବାର ଙ୍କ ନିକଟରେ ପହଞ୍ଚି କାର୍ଯ୍ୟକାରୀ ହୋଇ ପାରିବ ଏହା ହେବ ମୋର ମୂଳ ଲକ୍ଷ୍ୟ ବୋଲି ଆହ୍ୱାନ ଦେଇ ଭୋଟର୍ ମାନଙ୍କୁ ଆଗେଇ ଆସିବା ପାଇଁ ପ୍ରକାଶ କରିଥିଲେ ।