Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜୟ-ରାସେଶ୍ବରୀ ଭେଟ:ଆଶିର୍ବାଦର ଫଳ

ସମ୍ବଲପୁର: ସମ୍ବଲପୁର ବିଧାନସଭାର ପ୍ରାର୍ଥୀ ଜୟନାରାୟଣ ମିଶ୍ର ଓ ପୁର୍ବତନ ବିଧାୟକ ଡା.ରାସେଶ୍ବରୀ ପାଣିଗ୍ରାହୀଙ୍କ ସହିତ ସାକ୍ଷାତ ନେଇ ରାଜନୈତିକ ଆଲୋଚନା ସରଗରମ ହୋଇଛି।
ତେବେ ଏହି ସାକ୍ଷାତ ସୌଜନ୍ୟ ମୂଳକ ଓ ଜଣେ ଭୋଟର ପାଖକୁ ପ୍ରାର୍ଥୀ ଏଭଳି ସାଧାରଣତଃ ଦେଖା କରିଥାନ୍ତି ବୋଲି ଡା.ରାସେଶ୍ବରୀ କହି ବୁର୍ଲାରେ କାମ କରୁଥିବା ସମୟରୁ ଆମ ୨ ଜଣଙ୍କ ମଧ୍ୟରେ ଭଲ ସଂପର୍କ ରହିଆସିଛି ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ଜୟନାରାୟଣ କହିଥିଲେ ମୋ ଅସୁସ୍ଥତା ସମୟରେ ଡା.ରାସେଶ୍ବରୀ ମୋ ଆରୋଗ୍ୟ କାମନା ନେଇ ଘରକୁ ଆସିଥିଲେ।ବର୍ତ୍ତମାନ ମୁଁ ଜଣେ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ଆଶିର୍ବାଦ ପାଇଁ ତାଙ୍କ ପାଖକୁ ଯାଇଥିଲି ଓ ସେ ଆଶିର୍ବାଦ ପ୍ରଦାନ କରିଛନ୍ତି।ଏଠାରେ ସୂଚନା ଯୋଗ୍ୟଯେ,ଗତ ସପ୍ତାହେ ତଳେ ସମ୍ବଲପୁର ଲୋକସଭା ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଡା.ରାସେଶ୍ବରୀଙ୍କୁ ଭେଟି ତାଙ୍କର ଆଶିର୍ବାଦ ନେଇଥିଲେ ।
ବିଜେପିର ୨ ତୁଙ୍ଗ ନେତା ଡା.ରାସେଶ୍ବରୀଙ୍କୁ ଭେଟି ଆଶିର୍ବାଦ ନେବା ଓ ମନ ଖୁସୀରେ ସେ ଆଶିର୍ବାଦ ପ୍ରଦାନ କରିବା ନେଇ ବିଭିନ୍ନ ରାଜନୈତିକ ମହଳରେ ଏହା ବର୍ତ୍ତମାନ ଏକ ବଡ ଚର୍ଚା ପାଲଟି ଥିବା ବେଳେ ଏହାର ଫଳାଫଳ ପରିବର୍ତ୍ତନର ସୂଅ ବୋଲି ରାଜନୈତିକ ବିଶାରଦ ଗ୍ରହଣ କରୁଛନ୍ତି।
ତେବେ ଡା.ରାସେଶ୍ବରୀ ସାମାଜିକ ସେବା ପରି ତ୍ୟାଗପୁତ ଦାୟିତ୍ୱ ଛଡା କୌଣସି ଆଉ ରାଜନୈତିକ ଦଳରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରିଥିବା ବେଳେ ଆସନ୍ତା ସପ୍ତାହେ ଭିତରେ ୩ ହଜାରରୁ ଉର୍ଦ୍ଧ୍ବ ନେତା ଓ ଜନତା ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି।